STORYMIRROR

Basanti Parida

Thriller

3  

Basanti Parida

Thriller

ଜୀବନ ମୃତ୍ୟୁ

ଜୀବନ ମୃତ୍ୟୁ

1 min
240

ମୃତ୍ୟୁ ଜଳ ହେଲେ

ଜୀବନ ଅଗ୍ନି

ମର୍ତ୍ତେ ଜନ୍ମ ହେଲେ

ଏଇ କାହାଣୀ


ଅଗ୍ନି ଶିଖା ଉଜ୍ଜ୍ଵଳ

ଉର୍ଦ୍ଧ୍ବକୁ ବଢୁଥାଏ


ତାପେ ସୁସ୍ଥ

ଆଲୋକେ ସୁନ୍ଦର

ଜୀବନ ବଞ୍ଚୁଥାଏ


ଛୋଟ ଅଗ୍ନି ଶିଖାଟିଏ

ଘର କୋଣେ ଦୀପ ହୋଇ

ଆଲୋକ ବାଣ୍ଟୁ ଥାଏ


ଟିକେ ଅଧିକ

ତାପ ଦେଇ ଚୁଲି ରେ

ଖାଦ୍ୟ ରାନ୍ଧୁଥାଏ


ତହୁଁ ଅଧିକ

ଲୋଡ଼ା ନାହିଁ ଅଉ

ସୁନାଘର ଚାଳିରେ

ନିଆଁ ଲାଗି ଯାଏ


ମୃତ୍ୟୁ.. ଆହାଃ.. ଜଳ..

ବର୍ଣ୍ଣ ହୀନ, ସ୍ଵାଦ ହୀନ ଶୀତଳ ସ୍ପର୍ଶ

ଜୀବନ ଜାଳିଲା ବେଳେ

ବୁଡ଼ିବାକୁ ମନ ହୁଏ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Thriller