ମଣ୍ଡାପିଠା
ମଣ୍ଡାପିଠା
ଶୀତ ରାତିର ଜାଡ଼
ମାଆ ଶୁଏନି ରାତି ସାରା
ଗଢୁ଼଼ଥାଏ ମଣ୍ଡାପିଠା
ମଣ୍ଡାପିଠା ର ପୁର
ମଣ୍ଡାପିଠା ର ପାହାଡ
ଅଥାର ବନ୍ଧା ହାଣ୍ଡି
ରାତି ପାହିଲା ସକାଳ ହେଲା
ଚାଦର ଘୋଡ଼ାଇ ମଣ୍ଡାପିଠା ଖାଇ
ଖୁସି ରେ ମନ ଖୋଜୁଥାଏ
କଅଁଳିଆ ଖରା
ଶୀତ ସକାଳ ର
ମାଆ ଢାଳି ହେଉଥାଏ
ଥଣ୍ଡା ପାଣି
ପକଉ ଥାଏ ଝୋଟି
ସୁଦଶା ବ୍ରତ କରିବ ବୋଲି
