STORYMIRROR

Basanti Parida

Classics

3  

Basanti Parida

Classics

ବିନ୍ଦୁଏ ସିନ୍ଦୂର

ବିନ୍ଦୁଏ ସିନ୍ଦୂର

1 min
291

ରକ୍ତିମ ଆଭାରେ

ଦୀପ୍ତି ମୟ ମୋ

ମାଆ କପାଳରେ ବିନ୍ଦୁଏ ସିନ୍ଦୂର


ଭୋର ସକାଳୁ

ଆଖି ଖୋଲି ଦେଲେ

କଅଁଳ ଖରାର ଆଭାସ


ପୂର୍ବ ଆକାଶରେ ଉଦୀୟମାନ

ଲୋହିତ ସୂର୍ଯ୍ୟ ଙ୍କ କଅଁଳ କିରଣ

ମିଠା ମିଠା ଗାଳି

ମିଛ ମିଛ ରାଗ


ଆମ ଆଡ଼େ ଚାହିଁ

ଆଖି ତରାଟିଲେ

ଆଖିଠୁ ବେଶୀ ତା ସିନ୍ଦୂର ଦିଶେ

ଡର ଠାରୁ ବେଶୀ ସରାଗ ଲାଗେ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics