STORYMIRROR

Basanti Parida

Others

4  

Basanti Parida

Others

ମୋର ସବୁଠୁ ବଡ଼ ଭୟ,ମୋ ପୁଅ

ମୋର ସବୁଠୁ ବଡ଼ ଭୟ,ମୋ ପୁଅ

1 min
359

ବାପା ଙ୍କୁ ଦେଖିଲି

ଭାଇଙ୍କୁ ଦେଖିଲି

ଦେଖିଲି ଭିଣୋଇ ଭାଇ

ମଉସା ଦେଖିଲି, ପିଉସା ଦେଖିଲି

ଦେଖିଲି ପୁତୁରା, ସାଇ!


ସାଇ!ତୁମ କୃପା କୁହାଯାଏ ଯିଏ

ସିଏ ଏକା ମୋର ମାଆ

ସେହି କହି ଗଲା

ଏସବୁ ପର ଲୋ !

ସ୍ଵାମୀ ଘର ଏକା ସାହା।


ସ୍ଵାମୀଙ୍କୁ ଦେଖିଲି ,

ଦିଅର ଦେଖିଲି,

ଶ୍ଵଶୁରଙ୍କୁ ଦେଢ଼ଶୁରଙ୍କୁ,

ଦେବତାଙ୍କ ପରି ପୂଜି ଆରମ୍ଭିଲି

ମନେ କରି ମାଆ କଥାକୁ


ସବୁଠୁ ମିଳିଲା ଅଲଣା ସରାଗ

ବୁଝିବା ବେଳକୁ ଯୁଗ ବିତିଗଲା

ମନ ଲାଗି ଗଲା ପୁଅ ପୁତୁରା ଠି

ଲାଗିଲେ ଅତି ନିଜର


ଏବେ

ପୁଅ ଠେଇଁ ମୋର ଡର

ନ ପଶୁ ମନେ ବିକାର

ପୁଅ ପୁତୁରା ଙ୍କୁ

ନେଇ ସମର୍ପିଲି

ରଖ "ଜଗତ ଠାକୁର"


ଏବେ ଆଉ କିଏ ମୋର

ଏକା ସେ "ଜଗତ ଠାକୁର"

ବାପ ଭାଇ ସ୍ଵାମୀ ଶ୍ଵଶୁରଙ୍କ ଭଳି

ନୁହେଁ ଆଜି ପୁଅ ମୋର

ମୋର

ସବୁଠାରୁ ବଡ଼ ଡର

ଝିଅ ବୋହୂ ସବୁ ସୁଖରେ ବିଭୋର

ବୁଢ଼ୀର ସେଇ ଅଲଣା ସଂସାର


ଏବେ ବୁଝି ଗଲି

ଝିଅ ବୋହୂ ମାନେ

କାହିଁକି ଯାତନା ସହନ୍ତି

କଅଁଁଳା ଛୁଆ ଠୁ

ବୁଢ଼ା ବୁଢ଼ୀ ଯାଏ

ସବୁରି ଦୁଃଖ ଉଠାନ୍ତି।

ହସି ହସି ଦୁଃଖ ଉଠାନ୍ତି।


ଠାକୁରଙ୍କ ଦିଆ ଗୁଣ

କେ କରି ପାରିବ ଆନ

ସେଥିପାଇଁ ପୁଅ

ସୁଖ ଟିକେ ପାଇଁ

ବୁଝେନା ଝିଅର ମାନ


ଉଲୁଗୁଣା ଖାଇ

ଅଲଣା ସଂସାର

ବୋଝ ବୋହୁଥିଲା ଝିଅ

ଆହାଃ! ଏ କି ବୋଝ

ବୋହୁଛି ସଂସାର

ପୁଅ,

ସବୁଠାରୁ ବଡ଼ ଡର


ସତ ସତେ କେତେ ନିଷ୍ଠୁର ,ସାଇ!

ଏକାକୀ ମୋ ଆତ୍ମା

ଆବାହନ କର

ମନ ମୋ ନିର୍ମୋହ

ଆରମ୍ଭରୁ ଶେଷ

ମୁକ୍ତି ପଥେ ନେଇ ଯାଅ

ମୋତେ,

ମୋକ୍ଷ ପଥେ ନେଇ ଯାଅ....



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍