STORYMIRROR

Basanti Parida

Others

3  

Basanti Parida

Others

ନାରୀ

ନାରୀ

1 min
566

ନାରୀ

ବହି ଯାଉଥିବା ଝରଣାଟିଏ

ପର୍ବତ ଖୋଲରୁ ଜନ୍ମ ନେଇ

ପାର୍ବତୀ ସେ

ନାଆଁ ତାର ଝରଣା......…


ନାରୀ

ବହି ଯାଉଥିବା ନଦୀଟିଏ

ଗାଁ ଗଣ୍ଡା ବିଲ ବଣ ସିଞ୍ଚିଯାଏ

ପାପ ତାପ ଯାତନା ଧୋଇ ନେଇ

ଗଙ୍ଗା ସିଏ

ନାଆଁ ତାର ନଦୀ.............


ନାରୀ

ସ୍ରୋତସ୍ଵିନୀ ଜଳ ଧାର

ଯେଉଁଠି ବି ଢାଳି ଦିଅ

ଆଧାର ର ରୂପରେ ନିଜକୁ

ସଜାଇ ନିଏ ସ୍ଵତଃ ପ୍ରବୃତ୍ତ

ଆଧାର ର ସ୍ଵାଦ ରେ ନିଜକୁ

ସ୍ଵାଦାୟିତ କରେ ସ୍ଵତଃ ପ୍ରବୃତ୍ତ

ଯେମିତି ଲବଣାକ୍ତ ସମୂଦ୍ର ରେ ମିଶି

ନିଜକୁ ହଜାଇ ଦିଏ

ସ୍ଵତଃ ପ୍ରବୃତ୍ତ...........



Rate this content
Log in