STORYMIRROR

Basanti Parida

Others

3  

Basanti Parida

Others

ଅବୋଧ ପ୍ରୀତି

ଅବୋଧ ପ୍ରୀତି

1 min
101

ପ୍ରୀତି କେତେ ଅବୋଧ

କେବଳ କବିତା ବୁଝେ

ସେ ହିଁ ସୁଖ ପାଏ ତାକୁ

ନିଜ ଦେହରେ ସ୍ଥାନ ଦେଇ

ବାକି ସବୁ ଜଳନ୍ତି ଭଲ ପାଇବାକୁ ଯାଇ।....(୧)


ପ୍ରୀତି କେତେ ଗହନ

କେବଳ ସଙ୍ଗୀତ ବୁଝେ

ସେ ହିଁ ଏକା ଏକା ବାଟ କାଟି ଚାଲି ଯାଏ

ତାକୁ ସୁରରେ ନେଇ

ବାକି ସବୁ ବାଟବଣା

କିଛି କହିବାକୁ ଯାଇ।....(୨)


ପ୍ରୀତି କେତେ ରଙ୍ଗୀନ

ତୂଳୀ ଏକା ବୁଝେ

ସେ ହିଁ ବୁଝି ସୁଝି ରଙ୍ଗ ଦିଏ

ସୁନ୍ଦର ଦିଶିବା ପାଇଁ

ବାକି ସବୁ ବିଭତ୍ସ

ରଙ୍ଗୀନ ହେବାକୁ ଯାଇ।....(୩)


ପ୍ରେମ ଏକ ସ୍ଵପ୍ନର ଗନ୍ତାଘର

କେତେ ସ୍ଵପ୍ନ କେତେ ଆଶା

ସ୍ଵପ୍ନର ଗନ୍ତାଘରୁ ବାହାରି ଆସିଲେ ଲାଗେ

ପ୍ରେମ ଯାହା ମାଗେ

ତାହା ତ୍ଯାଗ ହିଁ ହୋଇ ଥାଏ

ସବୁ କିଛି ପାଇବାକୁ ଯାଇ!...(୪)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍