STORYMIRROR

pranati Mahapatra

Inspirational Thriller

3  

pranati Mahapatra

Inspirational Thriller

ଦେଇ ପାରିବି ତ

ଦେଇ ପାରିବି ତ

1 min
298

ମୁଁ ବି ଅପେକ୍ଷା କରିଛି କାହିଁକି?

ଖୋଜି ଖୋଜି ଥକି ପଡିଲା ପରେ,

ଦେଇଛି ଅନେକ, ପାଇଛି ବି ବହୁତ କିଛି,

ଶୈଶବର ଧୂଳିବାଲିରେ,ସାଙ୍ଗ ସାଥି ମେଳରେ,

ପରକୁ ଆପଣା କରିବାର କୌଶଳ ନ ଜାଣିବି,

ବିଛାଡି ଦେଇଥିଲି,ସ୍ନେହ ଶ୍ରଦ୍ଧା ମମତାର ରଜ୍ଜୁ।

କେବଳ ସେମାନଙ୍କ ଓଠରେ ଦେଖିବାକୁ

ଖିଏ ହସ ।

ହେଲେ କାହିଁକି କେଜାଣି ଛିଡିଗଲା।


ଆଦ୍ୟ ଯୌବନର ପାଦଦେଶରେ, ଆସିଥିବା ଅତିଥିଙ୍କୁ

ଅତିଥି ଦେବତା ସମ୍ମାନ ନୀତିରେ

ତୃଟି ନ କରି, ଆପଣାର ସ୍ନେହ ପ୍ରେମର ଅମୃତ ଭଣ୍ଡାରକୁ,

ମନଭରି ଆତିଥ୍ୟ ଦେଇଥିଲି,

ଦେଖିବାକୁ ତାଙ୍କ ଓଠରେ

ଖିଏ ହସ ।

ହୋଇଗଲି ପ୍ରତାରଣାର ଶିକାର ।


ଯଥାଶକ୍ତି ମୁତାବକ, ମାପିଚୁପି ବି ନୁହେଁ

ସୁବିଧା ଅସୁବିଧାରେ, ଭଲରେ ମନ୍ଦରେ

ନିଜର ରକ୍ତର ମୋହରେ, ମୋହାଛନ୍ନ ହୋଇ,

ଆଗପଛ, ବେଳ ଅବେଳ ଚିନ୍ତା ନ କରି

ସହଯୋଗର ହାତ ବଢାଇ ଦେଇଥିଲି।

ଚାହିଁ ଥିଲି ଦେଖିବାକୁ

ସେମାନଙ୍କ ଓଠରେ

ଖିଏ ହସ ।

ଛଳନାର ଛେପ ଗୁଡା ଥୁ ଥୁ ମେଞ୍ଚା 

ବୋଳି ହୋଇଗଲା ସାରା ଶରୀର।


ଆଖ ପାଖ ଚାରିପାଖକୁ ଗୋଟିଏ ମାଳରେ

ମାଳକରି ଗୁନ୍ଥିବା ଲକ୍ଷ୍ୟରେ,

କାହିଁ କେତେ ଦୂରୁ,ନୂତନ ସମ୍ପର୍କ ରଜ୍ଜୁରେ

ବାନ୍ଧିବା ପାଇଁ ବିଭିନ୍ନ ସମ୍ପର୍କର ଦ୍ଵାହିରେ।

କେବଳ ସମସ୍ତଙ୍କ ଓଠରେ ଦେଖିବାକୁ

ଜିଜ୍ଞାସା ଥିଲା

ଖିଏ ହସ

ଭରିଗଲା ଆଞ୍ଜୁଳା ମୋର ପୁଳା ପୁଳା

ନିନ୍ଦା,ଅପମାନ, ଲାଞ୍ଛନା ରେ।


ବୋହି ପାରିବି ତ ଏସବୁ।

ନିଜକୁ ନିଜେ ନୀରବର ପ୍ରଶ୍ନ କରି ଚାଲିଛି ମୁଁ...

ଏସବୁ ବୋହି ବୋହି

ଦେଇ ପାରବି ତ ସମସ୍ତଙ୍କ ଓଠରେ

ଖିଏ ହସ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational