STORYMIRROR

Indrabadal Mohanty

Inspirational Thriller

3  

Indrabadal Mohanty

Inspirational Thriller

ମୁଁ ଗଛଟିଏ

ମୁଁ ଗଛଟିଏ

1 min
199

ମୁଁ ଗଛ ଟିଏ,

ଯେତେ ଯାହା କୁହ

ମୋର ଅହଂକାର ଟିକେ ନାହିଁ,

ପ୍ରତାରଣା ଆଖିରେ ଦେଖୁଛି ସିନା

ପ୍ରତାରଣାର କାରଣ ମୁଁ ନୁହଁଇ।


ମୁଁ ଗଛ ଟିଏ,

ଦୁନିଆରେ ଜଳି ମୁଁ ଯାଉଛି

ଅନେକଙ୍କ ପାଇଁ,

ପୁଣି କେତେ ଯେ କାହାଣୀର

ପ୍ରେରଣା ମୁଁ ଅଟଇ।


ମୁଁ ଗଛ ଟିଏ,

ସ୍ଵାର୍ଥପରତା ମୋ ଦେହେ

ତିଳେ ହିଁ ମାତ୍ର ନାହିଁ,

ସର୍ଵଦା ଏ ସଂସାରକୁ

ସୁବାସିତ କରିବାକୁ ମୁଁ ଚେଷ୍ଟା କରଇ।


ମୁଁ ଗଛ ଟିଏ,

ଏ ସୃଷ୍ଟିକୁ ବଞ୍ଚାଇ ରଖିବା ସଂଗ୍ରାମରେ

ମୋ ତିଳେ ହି ଅବହେଳା ନାହିଁ,

ପୁଣି ଅନେକ ଜୀବନ ଜୀବିକା ସଂଘର୍ଷରେ

ମୁକ ସାକ୍ଷୀ ମୁଁ ଅଟଇ।


ମୁଁ ଗଛ ଟିଏ,

ପ୍ରତାରଣା ଓ ଅବିଶ୍ୱାସରେ ଅଜଣା ନିଆଁରେ

ମୁଁ କାହାକୁ ଜାଳେ ନାହିଁ,

ପ୍ରେମଭରା ବିଶ୍ୱାସ ସହ ସୁଲୁସୁଳିଆ ପବନରେ

ରୋମାଂଚିତ କାହାଣୀ ମୁଁ ଲେଖଇ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational