STORYMIRROR

Prabhanjana Tripathy

Thriller

3  

Prabhanjana Tripathy

Thriller

କଲମ

କଲମ

1 min
106

କଲମ ମୁନରେ ପୃଥିବୀ ଆଜି

କାଳି କଲମର ଖେଳ

ଧନ୍ୟ ସ୍ରଷ୍ଟା ଗଢି ଦେଇଗଲା

ଏ କଲମ ଯାଦୁଗର।।


ମୂର୍ଖ ପଣ୍ଡିତ ଜ୍ଞାନୀ ଗୁଣୀ ସର୍ବେ

ଧରନ୍ତି କଲମ ହାତେ

କଲମ ନ ହେଲେ ଆଇନି କାନୁନୁ

କି ଚାଲି ପାରନ୍ତା ସତେ ।।


କବିର ଭାବନା ଅନ୍ତର ବେଦନା

ସୃଷ୍ଟି ର୍ ସ୍ରଷ୍ଟା ଲେଖି

କଲମ ମୁନରେ ସଜାଡି ପାରୁଛି

ସଂସାର ସାରାଂଶ ଜୋଖି।।


ଇତିହାଶ ଆଉ ଗୀତ ଭାଗବତ

କୋରାନ ବେଦାନ୍ତ ଯେତେ

କାଳି କଲମରୁ କବି ଭାବନାରୁ

ଆସିଛି ଚିନ୍ତା ମତେ।।


ଧନ୍ୟ କଲମ ବାନ୍ଧି ରଖିଅଛୁ

ସଂସାର ସଂସ୍କୃତି ନୀତି

ତୋହରି ବଳେ ସକଳ ପୃଥିବୀ

ଚାଲିଅଛି ନୀତି ରୀତି।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Thriller