STORYMIRROR

Nityananda Behera

Thriller

3  

Nityananda Behera

Thriller

ମୃତ୍ୟୁର ପରିଚୟ !

ମୃତ୍ୟୁର ପରିଚୟ !

1 min
293

କିଏ ?

ଦେଖିଛ କି ?

ମୃତ୍ୟୁର ବିକଟ ରୂପ !

କେଉଁ ବାଟ ଦେଇ ?

ନେଇଁଯାଏ କିଏ ?

ଦେହ ର ସକଳ ତାପ ।

ଜଳୁଥିଲା ଯିଏ 

ହୁତାସନ ହେଇ

ଜଠରାଗ୍ନିର ଗୁରୁ ତାପେ!

ବହୁଥିଲା ପୁଣି

ଅଣଞ୍ଚାଶ ମୂର୍ତ୍ତି!

ପବନ ବି ରୁଦ୍ର ରୂପେ ।

କ୍ଷଣକ ଭିତରେ

ହରିନିଏ କିଏ ?

ଶରୀରୁ ପରାଣ ବାୟୁ !

ଯେଉଁ ପ୍ରାଣ ତ ପ୍ରକୃତି

ଅରୂପ ଅଣାକୃତି

ବହିଛି ଅନନ୍ତ ଆୟୁ !

ରୂପ-ରସ-ଗନ୍ଧ-ସ୍ପର୍ଶ-

ଦୃଶ୍ୟ ବି ଜମା-

ଯା'ର କିଛି ନାହିଁ ।

ତା'କୁ କିଏ-

ବା କେମିତି ?

ନେଲା ପୁଣି କହ-କାହିଁ ?

ହେ ବିଧୁଜନେ

ଦେଖିଲେ କହିବ ମତେ

ମୃତ୍ୟୁ କେମିତି?

କିଦୃଶ ରୂପ ତା!

ଭାଳେ ହୃଦେ ଅବିରତେ ।


Rate this content
Log in

Similar oriya poem from Thriller