ହେ ଈଶ୍ବର ତୁମେ ଥରେ ଆସ
ହେ ଈଶ୍ବର ତୁମେ ଥରେ ଆସ
ହେ ଈଶ୍ବର !
ବୁଝିଛି ଏ ମୁଢ
ନିବାସ ତୁମର ସବୁଠି
ହେଲେ ରହିଯାଅ ତୁମେ କେଉଁଠି ?
ଦେଖିକି ପାରୁଛ
ଏଇ ଦୁନିଆରେ
ଚାଲିଛି କେମିତି
ଅନ୍ଯାୟ, ଲୁଣ୍ଠନ, ଅନୀତି ।
ଭକ୍ଷକ ସାଜେ ରକ୍ଷକ
ନିଶୂନ୍ ବେଳାରେ
ଚାଲିବାକୁ ଲାଗେ ଭୟ
ମଦୁଆଙ୍କ ଏଠି ପରାଭବ,
ଘରକୋଣେ ବସି
ନିରୀହ ମା'ଟି
ପୋଛୁଚି କେତେଯେ ଆଖିଲୁହ ।
ହେ ଈଶ୍ବର !
ରୋଗ, ଶୋକ, ଦୁଃଖ
ଜାଳରେ କେମିତି
ମଣିଷ ଅସ୍ଥିର ବିଚଳିତ,
ଦୁଃଖିର ଦୁଃଖଟା
ବଢି ବଢି ଚାଲେ
ସୁଖି ଭୋଗେ ଷଡ ଅଇଶ୍ଚର୍ଯ୍ଯ,
ତୁମ ବିଚାର କେମିତି ବିପରୀତ ।
ବିଧର୍ମୀ ସାଜିଛି ଧାର୍ମିକ
ଘାତକ ସାଜିଛି ପୂଜକ
ଧର୍ମକୁ ପୁଣି ଆଖିଠାର ମାରେ ମଣିଷ,
ଲୁହ ପିଆଲାରେ
ଭରୁଚି ସେ ପୁଣି ବିଶ୍ବାସ ।
ହେ ଈଶ୍ବର !
ତମେ ମରତ ଭୂଇଁକୁ
ଥରେ ଆସ,
ପବିତ୍ର ତୁମର ପ୍ରୀତି ପରଶରେ
ଶାନ୍ତି ଲାଭ କରୁ ଏଇ ବିଶ୍ବ ।
