STORYMIRROR

Prafulla Chandra Mishra

Thriller

3  

Prafulla Chandra Mishra

Thriller

କ୍ଷମତା

କ୍ଷମତା

1 min
333

କ୍ଷମତା ପାଇଁକି ଲଢେଇ ଲାଗଇ

ଲୋଭନୀୟ ଏହି ଶବ୍ଦ

କ୍ଷମା ଆଚରିବା ଗୁଣ ଘୁଣଖାଏ

କ୍ଷମତା କରଇ ଅନ୍ଧ ।।


କ୍ଷମତା ଯାହାତେ ହୋଇଛି ନିହିତ

ସେ ଯଦି କରିବ ଅନର୍ଥ

ଅଶାନ୍ତ କ୍ଷତାକ୍ତ ହେବ ଏ ଧରିତ୍ରୀ

ଧର୍ମ ଆଉ ରହି ବତ ??


ରାଷ୍ଟ୍ର କାର୍ଯ୍ୟେ ପ୍ରଶାସନ ପ୍ରଶାସକ

କ୍ଷମତାର ଅଧିକାରୀ

ଶାସନ ପ୍ରଣାଳୀ ପରିଚାଳନାର

ଏହିତ ନୀୟମା ବଳି ।।


କ୍ଷମତାର ଅପବ୍ୟବହାର କାରି

ଅଟଇ ସେ ହୀନ ମତି

ଧରା ପଡି ହଂସା ଉଡିଜାଏ ଭାଷା

କାହିଁ ଗତି କାହିଁ ମୁକ୍ତି ।।


କ୍ଷମତାର ସିଂହାସନ ର ଉପରେ

ଏକ ଚୁଳେ ବନ୍ଧା ଖଡ୍ଗ

ଝୁଲୁଥାଏ,ଚଲା ପଥ ତା କଣ୍ଟକ

ପାରିଲେ ତ ସୁଖ ଭୋଗ ।।


ମହା କ୍ଷମତାର ଅଧିକାରୀ ଜଣେ

ସେତ ବିଶ୍ଵ ନିୟନ୍ତ୍ରକ

ତାଆ କବଳରୁ ମୁକ୍ତି ନାହିଁ ଧନ

ଯେତେ ପାରୁ କର ପାପ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Thriller