Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jayashree Maharana

Thriller Others

3  

Jayashree Maharana

Thriller Others

ଯନ୍ତ୍ରମାନବ

ଯନ୍ତ୍ରମାନବ

1 min
228


ବିଚିତ୍ର ପ୍ରକାର ଯନ୍ତ୍ର ମାନବକୁ

ଆଦିମ ମଣିଷ ଦେଖି

ବିପଦ ଭୟରେ ନିଆଁ ହୁଳା ଧରି

ଆଗେଇଲା ଧୈର୍ଯ୍ୟ ରଖି ।

ବୁଝିପାରି ସେହି ଯନ୍ତ୍ର ମାନବଟି

କହୁଅଛି ଭାଇମାନେ

ତୁମ ଉପକାର କରିବି ବୋଲି ତ

ଭାବିଅଛି ମୁଁହିଁ ମନେ ।

ନେଇଯିବି ଚାଲ ନୂଆ ରାଇଜକୁ

ନଥିବ ତ ଭଲମନ୍ଦ

ନଥିବ ପେଟରେ ଭୋକର ଜ୍ବଳନ

ନଥିବ ତ ହସକାନ୍ଦ ।

ଏହା ଶୁଣି କହେ ଆଦିମ ମଣିଷ

ଲୋଡ଼ା ନାହିଁ ତୁମ ରାଜ୍ୟ

ପ୍ରକୃତି ଆମକୁ ଗଢ଼ିଛି ଶ୍ରଦ୍ଧାରେ

କରିବୁନି ତାକୁ ତେଜ୍ୟ ।

ପ୍ରକୃତି ବକ୍ଷରେ ବଞ୍ଚିଛୁ ବଞ୍ଚିବୁ

ତା'ର ଉପାଦାନ ବଳେ

ଆବେଗରେ ଭରା ରକ୍ତ ମାଂସ ଦେହ

ମିଶିଯିବ ତା'ର କୋଳେ ।


Rate this content
Log in