STORYMIRROR

Dr Baman Chandra Dixit

Thriller Others

3  

Dr Baman Chandra Dixit

Thriller Others

ଅବୁଝା ବୁଝାମଣା

ଅବୁଝା ବୁଝାମଣା

1 min
329

ତୁମେ ସବୁ ଭୁଲ ବୁଝୁଥିବ!

କିଛି ଦୋଷ ନାହିଁ ତୁମର।

ମୁଁ ନିଜେ ଗୋଟେ ଅସମାହୀତ ପ୍ରଶ୍ନ,

ଯାହାର ଉତ୍ତର ଅନେକ ସମ୍ଭବ!

ତୁମ ପାଇଁ ଭୁଲ, ମୁଁ ମାନି ନିଏ।

ତାଙ୍କ ପାଇଁ ଠିକ କିଛିଟା,

ଜାଣି ଭଲ ଲାଗେ।

ଆଉ କାହା ପାଇଁ ଆଉ କିଛି,

ଭୁଲ ଠିକର ପରିଧିରୁ ଭିନ୍ନ,

ସ୍ବୀକାର କରିନିଏ,ବିବଶତା ହେତୁ।

ବେଳେବେଳେ ଅଡ଼ୁଆ ଅଡ଼ୁଆ ଲାଗେ।

ମୁଣ୍ଡ ବାଳ ଆଉଁସୁ ଆଉଁସୁ ,

ହାତ ଫେରେଇ ଦେଖେ 

କିଛି ଛିଣ୍ଡା କିଛି ଉପୁଡା ବାଳ

ହାତ ପାପୁଲିକୁ ଛାଡ଼ନ୍ତିନି।

ରାଗରେ କାମୁଡି ଧରିଥାନ୍ତି ,ଅବା

ମମତା ଆତ୍ମୀୟତା ଏବଂ ସହାନୁଭୁତି

ମୋହର ବନ୍ଧନରେ ବାନ୍ଧି ହୋଇଯାନ୍ତି।

ନିଜକୁ ବି ବୁଝେଇ ପାରେନା,

ଲମ୍ବା ନିଃଶ୍ବାସ ଗୋଟେ ଦି'ଟା

ବାହାରି ଗଲା ପରେ

କିଛିଟା ଆସ୍ୱସ୍ତି

ଅଳ୍ପ ଥଣ୍ଡା ଥଣ୍ଡା ଲାଗେ ,

କପାଳ, ଆଖି ଏବଂ

ନାକ ପୁଡା ଦେଇ ବାହାରୁ ଥିବା ପବନ।

ଭୃଳତା ଉପରେ ଡେଉଁ ଥିବା

କୁଞ୍ଚିତ କପାଳ ସାମାନ୍ୟ ହୁଏ।

ବୁଝିବାକୁ ଚେଷ୍ଟା କରେ, କାହିଁକି

ଏ ଅବୁଝା ବୁଝାମଣା?

ମାତ୍ର ପୁଣି କାହିଁକି ଅନୁଭୂତ ହୁଏ

ସେମାନେ ଭୁଲ ବୁଝୁଛନ୍ତି ଯେବେ,

କିଛି ତ ଥିବ ଯଥାର୍ଥତା!!

ମୁଁ ବୁଝେଇ ପାରେନା ଅବା

ସେମାନେ ବୁଝନ୍ତିନି ଜାଣେନା।

ସାମ୍ନା ସାମ୍ନି ଠିଆ ହେବାକୁ 

ଡର ଲାଗେ କଥା ବଢ଼େଇବାକୁ।

ମାତ୍ର ବେଳ ଗାଡିଯାଏ

କଥା ବଢିଯାଏ, ବିଗିଡି ଯାଏ।

ଆଜି ଆଉ ଟିକେ ବୁଝିବାକୁ

ପୁଣି ଥରେ ଆରମ୍ଭ କରିବାକୁ

ଚାହୁଁ ଥିଲେ ବି ,ହୋଇ ପାରେନା।

ନିଜେ ଗୋଟେ "ଭୁଲ"ହୋଇ ରହିବାକୁ

ବେଶି ଭଲ ଲାଗେ ବରଂ,

ପ୍ରମାଣିତ କରିବାକୁ ନିଜକୁ "ଠିକ"

ଆଉ ଭଲ ଲାଗୁନି ଜମ୍ମା।

ସେହି ଭଳି ଲାଗୁଛି ଆଜି ବି,

ତୁମେ ସବୁ ଭୂଲ ବୁଝୁଥିବ !


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Thriller