STORYMIRROR

Debabrata Jena

Thriller Others

3  

Debabrata Jena

Thriller Others

ବିକାଶ

ବିକାଶ

1 min
469

ପ୍ରଗତି ପଥରେ ମାନବ ଜାତିଟା 

ଆଗେଇ ଗଲାଣି କେତେ

ସାଗର ଗର୍ଭରୁ ମୋତି ସାଉଁଟୁଛି

ଅଳପ କ୍ଷଣରେ ସତେ ।

ସାରା ଦୁନିଆଟା ତାର କରାୟତ୍ତ

କ୍ଷଣକେ କରିଛି ଜୟ

ମଙ୍ଗଳ ପୃଷ୍ଠରେ ବସା ବାନ୍ଧିବାକୁ

ହେଲାଣି ବି ଅଥୟ ।।

ମହାଶୂନ୍ୟେ ଆଜି ବିଚରଣ କରି

ସତ୍ୟର କରେ ସନ୍ଧାନ

ଆଦିମ ମଣିଷ କାହୁଁ ବା ହେଜିବ

ଏଡ଼େ ଗଭୀର ବିଧାନ ।

ମୌଳିକ ଚିଜ ବି ଏବର ଯୁଗରେ

ତା ପାଇଁ ସାତ ସପନ 

ବିଜୁଳି , ପାନୀୟ, ଖାଦ୍ୟ ,ବସ୍ତ୍ର ,ଗୃହ

ପାଇଁ କରେ ଅନ୍ୱେଷଣ ।।

ମହାକାଶଯାତ୍ରୀ ବେଶଭୂଷା ଦେଖି 

ଭୟଭୀତ ହୋଇ ମନେ

ବେଢ଼ି ଯାଇଛନ୍ତି ଅଦ୍ଭୁତ ରୂପରେ

ପାଇଣ ତାକୁ ଜୀବନେ ।।

ପ୍ରଗତିର ରାହା କେବେ ପହଞ୍ଚିବ 

ଏହି ଲୋକଙ୍କ ପାଖରେ

ବିକାଶ ପଥରେ ହେବେ ଆଗଭର

ଏହି ମରତ ପୁରୀରେ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Thriller