STORYMIRROR

Jumarnath Patra

Others Thriller

1.0  

Jumarnath Patra

Others Thriller

ଡିଲ୍

ଡିଲ୍

1 min
1.0K


ଆଠ ଦଶ ବର୍ଷର ନାତୁଣୀକୁ ଧରି

ରାମୁଲୁ ଜାତୀୟ ରାଜପଥ କଡରେ

ଝରି ଟାଙ୍ଗି ପସରା ମେଲେଇଛି

ତରଭୁଜ ...କୁଢ କୁଢ ତରଭୁଜର

ତେଲ ମାରି ମୁଣ୍ଡ କୁଣ୍ଡେଇ

ବସିଛି ଇଟାଟେ ଉପରେ ନାତୁଣୀ ଅଜା ପାଖରେ ଆଉ

ଜଳ ଜଳ କରି ଦେଖୁଥାଏ

ଅଜାର ତରଭୁଜ କଟା ଆଉ

ଗରାଖଂକ ସହ ମୂଲଚାଲ ...

କାର୍ ଟିଏ ଅଟକିଲା

ଆଉ ସେଥିରୁ ବାହାରି ଆସିଲେ

ବନଜା ଦେବୀ ମୁଁ ଚିହ୍ନିଛି

କ'ଣ ଇସାରାରେ ରାମୁଲୁକୁ କହିଲେ କେଜାଣି

ରାମୁଲୁ ବୁଝିଥିବ..

ବୁଝିବ କ'ଣ ବୁଝି ସାରିଥିଲା

ଆଉ ଟେକିଦେଲା

କଅଁଳ ନାତୁଣୀକୁ ବନଜା ଦେବୀଙ୍କ ହାତରେ

କ'ଣ କରିଥାନ୍ତା ଯେ ସେ

ଯୋଇ ଦାଦନରୁ ଫେରିନି

ଆଠ ବର୍ଷ ଯାଇ ନଅ ହେଲାଣି

ଝିଅଟାର ଆଖି କୋରଡରେ

ପୋଷି ପାରିନି ଏଇ ଛୋଟ ଝିଅଟିକୁ ତା'ର

ସହିଥାନ୍ତା ରାମୁଲୁ କେମିତି ..

ତା' ରୋଗୀଣା ଝିଅର କଷ୍ଟ ଆଉ ଯନ୍ତ୍ରଣାକୂ ..!

ଝିଅର ଦୁଃଖ ଦେଖି ନପାରି

ନାତୁଣୀକୁ ଟେକି ଦେଇଛି ଆଜି ସେ

ନିର୍ଦ୍ଦୟଟେ ହେଇ

ଯାହା ଆଗରୁ ଡିଲ୍ ହେଇଥିଲା

ଆଉ ଝିଅକୁ ସୁସ୍ଥ କରି ବଂଚେଇବ

ବନଜା ଦେବୀଙ୍କ ଅନୁକମ୍ପାରେ

ପଶିନି ନାତୁଣୀ ଚିନ୍ତା ମୁଣ୍ଡରେ

ହୁଏତ ମାଡାମଙ୍କ ଘରେ

ଶିଶୁ ଆୟାଟେ ଅବା

ମ୍ଯାଡ ସରଭେଣ୍ଟଟେ ହେଇଥିବ

ଛୋଟ ଆଠ ଦଶ ବର୍ଷର ଝିଅଟି ।

ଏଠି ଦୋଷ କାହାର ...!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍