Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pradip Kumar Sahu

Romance Thriller

3  

Pradip Kumar Sahu

Romance Thriller

ଭଲ ପାଇବା

ଭଲ ପାଇବା

1 min
334


ଜୀବନ ଶାଶ୍ଵତ ଚିରନ୍ତନ ସତ୍ୟ 

ସ୍ରଷ୍ଟାଙ୍କ ଅଛି ନିୟମ, 

ଦୁଇଟି ଅକ୍ଷରେ ନିବିଡର ସେତୁ 

ନାମଟି ତାହାର ପ୍ରେମ l

ପ୍ରେମ ଯେ ଅମୃତ ଏ ସାରା ଜଗତ 

ଭଲ ପାଇବାର ଗୁଣ, 

ଆନନ୍ଦରେ ସଦା ସ୍ନେହ ପରିପୂର୍ଣ 

ସାର୍ଥକ କରେ ଜୀବନ l

ଭାବର ଆଦାନ ଅତ୍ମୀୟତା ଗୁଣ 

ଭଲ ପାଇବା ଲକ୍ଷଣ, 

କଠିନ ପାଷାଣ ତରଳି ଯାଏଟି 

ପ୍ରେମ ମାଧ୍ୟମ ମହାନ l

ଇଂରାଜୀ ଅକ୍ଷରେ ଲେଖା ଯାଇଅଛି 

ତ୍ରିଭୁଜ ମଧ୍ୟରେ ଲଭ, 

ଚାରିଟି ଅକ୍ଷରେ ବୁଝାଇ କହୁଛି ଅଛି ଭିନ୍ନ ଭିନ୍ନ ଭାବ l

...

L-ଏଲ ଅକ୍ଷର ରୁ ସୃଷ୍ଟି କରିଛନ୍ତି 

ସ୍ରଷ୍ଟାଙ୍କର ନାମ ଲର୍ଡ଼,  

ଭଗବାନଙ୍କୁ ଯେ ବିଶ୍ୱାସ କରଇ 

ବନ୍ଧୁ ଭାବ ହେବ ବଡ଼ l

O-ଅ ଅକ୍ଷରରୁ ସବୁଠାରୁ ଶ୍ରେଷ୍ଠ 

ନାମ ତାର ଅବିଡିଏନସ,

ମାନନାର ଗୁଣ ଭାବନାର ସଖା 

ଦୃଢ଼େ କରଇ ବିଶ୍ୱାସ l

V-ଭି ଅକ୍ଷର ରୁ ସୃଷ୍ଟି ହୋଇଅଛି 

ଭୋଲାଉଣ୍ଟର ଆନୁଗତ୍ୟ, 

ସ୍ବେଛାସେବୀ ଭାବେ ସୁକର୍ମ କରିଲେ 

ଭାବ ରହିବ ମହତ l

E-ଇ ଅକ୍ଷରରେ ସୃଷ୍ଟି ଯେ ହୋଇଛି 

ନାମ ତାର ଇଗରନେସ, 

ଆନୁଗତ୍ୟ ଭାବ ପ୍ରକାଶ ମିଳଇ 

ବନ୍ଧୁ ହୂଏଟି ବିଶ୍ୱାସ l

ଭାବନା ବହୁତ ଲେଖିଛି ଅଳପ 

ବାକି ରହିଯାଏ କିଛି, 

ତ୍ରୁଟି ସୁଧାରିବ ଆପଣାଇ ନେବ 

ଯାହା ଯାହା ଲେଖି ଅଛି l


Rate this content
Log in