STORYMIRROR

Pradip Kumar Sahu

Others

3  

Pradip Kumar Sahu

Others

କବିତା -ମୋ, ମାଆ

କବିତା -ମୋ, ମାଆ

1 min
780



କୋଳେଇ କାଖେଇ ଖୁଆଇଛି ଯିଏ

ସିଏ ପରା ଆମ ମାଆ,

ତା, ପରି ତ ଆଉ ଜଗତରେ ନାହିଁ

ସହିବାର ଗୁଣ ଯାହା l

ନିଜପାଇଁ ସିଏ କରେ ନାହିଁ କିଛି

ସନ୍ତାନ ତାହାର ମୂଲ୍ୟ,

ଆହାର ଗଣ୍ଡିକ ଯୋଗାଡ଼ କରଇ

କିଏ ସରି ହେବ ତୁଲ୍ୟ l

ମାଆର କଷଣ କିଏ ବା ବୁଝିବ

ସୁଖ ଆଣି ତାକୁ ଦେବ,

ହୃଦୟ ଯନ୍ତ୍ରଣା ଭରି ରହିଅଛି

ଚନ୍ଦନ ପରି ସେ ହେବ l

ପ୍ରଦୀପ କୁମାର ସାହୁ

ଶିକ୍ଷକ

ସରସରା,

ଜିଲ୍ଲା -ବୌଦ୍ଧ

ମୋବାଇଲ ନଂ -8658109371


Rate this content
Log in