ମୋ ଗାଁର ଅନୁଭୂତି:ସରସରା
ମୋ ଗାଁର ଅନୁଭୂତି:ସରସରା
ଗାଁ ଠାରୁ ବଳି କେହିନାହିଁ ବଡ଼
ସରଗଠୁ ବଳି ସିଏ,
ତାର ପାଣି ପବନ ଅମୃତ ସମାନ
ଜନ୍ମି ଭାଗ୍ୟବନ୍ତ ହୁଏ l
ଗାଁ ସାଥୀମେଳ କରେ ଆପଣାର
ନାଚ ଗୀତ ଲୁଚକାଳି,
ଜୀବନର ସ୍ମୃତି ରଖିଛି ସାଇତି
ନୟନ ଝୁରୁଛି ଖାଲି l
ଛୋଟ ବେଳେ ମୁଁ ତ ପଢ଼ୁଥିଲି ପାଠ
ଗ୍ରାମେ ଥିବା ବିଦ୍ୟାପୀଠ,
ପ୍ରଭୁଙ୍କ ନାମରେ ନାମିତ ହୋଇଛି
ପ୍ରଭୁ ବାବାବୈଦ୍ୟନାଥ l
ମନେ ପଡ଼ିଯାଏ ଅତୀତର କଥା
ବିଦ୍ୟାଳୟ ପରିବେଶ,
ବଦଳି ଯାଇଛି ରୂପରେଖ ତାର
ଭାବୁଛି ଆଜି ଅବଶ୍ୟ l
ପାଖେ ରହିଛନ୍ତି ଗୁରୁଜନ ମୋର
ମନେ ପଡେ ପିଲାଦିନ,
ଶିକ୍ଷା ଦାନ ତାଙ୍କ ସଫଳ ହୋଇଛି
ଇତିହାସ ଅଙ୍କେ ସ୍ଥାନ l
ପାଠ ପଢୁଥିଲି ଯେଉଁ ବିଦ୍ୟାଳୟେ
ଦେଉଅଛି ଶିକ୍ଷା ଦାନ,
ଶିକ୍ଷା ଦାନ ଦେଇ ମହତ ଅର୍ଜିବି
ମୁଁ ତ ଅଟେ ଭାଗ୍ୟବାନ l
ପ୍ରଦୀପ କୁମାର ସାହୁ
ସହକାରୀ ଶିକ୍ଷକ,
ବାବା ବୈଦ୍ୟନାଥ ନୋଡାଲ ଉଚ୍ଚ ବିଦ୍ୟାଳୟ ସରସରା l
ସା /ପୋଷ୍ଟ -ସରସରା l
ଜିଲ୍ଲା -ବୌଦ୍ଧ
ମୋବାଇଲ ନଂ 8658109371
ତା -04/04/2019
ସମୟ -2.09P.M
