STORYMIRROR

Ajay kumar Behera

Thriller

3  

Ajay kumar Behera

Thriller

ମୃତ୍ୟୁ

ମୃତ୍ୟୁ

1 min
232

ମରି ମରି ସତେ

ବଞ୍ଚିଛି ଯିଏ

ମୃତ୍ୟୁକୁ କି ଭୟ

କରିଛି ସିଏ।୧।


କାପୁରୁଷ ଯିଏ

ବଞ୍ଚିବି ହାଏ

ବାର ବାର ପୁଣି

ମରି ସେ ଥାଏ।୨।


ମୃତ୍ୟୁ ଚିରନ୍ତନ

ମିଥ୍ୟା ନୁହଁଇ

ପ୍ରତି ମୁହୂର୍ତ୍ତରେ

ମୃତ୍ୟୁ ହୁଅଇ।୩।


ପ୍ରତିଶ୍ରୁତି ଦେଇ

ନ ପାଳେ ଯିଏ

ବଞ୍ଚି ଥାଇ ପୁଣି

ମୃତ୍ୟୁ ତା ହୁଏ।୪।


ମୃତ୍ୟୁ କୁ ଯଦି ରେ

ଭୟ ତୋହର

ନ କର ତୁହି ଯେ

କ୍ଷତି କାହାର।୫।


ସତ୍ୟ ପଥେ ଥାଏ

କର୍ମ ଯାହାର

ମୃତ୍ୟୁ ପରେ ହୁଏ

ସ୍ୱର୍ଗପ୍ରାପ୍ତି ତାର।୬।


ମୃତ୍ୟୁ ଜୀବନର

ଶେଷ ସୋପାନ

କର୍ମ କରି ଚାଲ

ନ ଭାବି ଧନ।୭।


ମୃତ୍ୟୁ ପରେ ତୁହି

ସ୍ୱର୍ଗରେ ଯାଇ

ଶାନ୍ତିରେ ରହିବୁ

କର୍ମକୁ ନେଇ।୮।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Thriller