ଫୁଲଟିଏ ମୋତେ କରିଦେ କାଳିଆ
ଫୁଲଟିଏ ମୋତେ କରିଦେ କାଳିଆ
ଫୁଲଟିଏ ମୋତେ କରିଦେ କାଳିଆ
ହାରଟିଏ ହୋଇ ଝୁଲନ୍ତି
ପାଦତଳେ ଲୋଟି ପଡନ୍ତି
ପୁଷ୍ପାଞ୍ଜଳି ବେଳେ
ପାପୁଲି ମଝିରେ ଚାପି ରହିକରି
ଫୁସ ଫୁସ ଦୁଃଖ ଗୁହାରି ଶୁଣାନ୍ତି ।
ସଳିତା ମୋତେ ତୁ କରିଦେ କାଳିଆ
ଦୀପରେ ମୁଁ ଲାଖି ଯାଆନ୍ତି
ଘିଅ-ତେଲରେ ବୁଡି ପଡନ୍ତି
ଆଳତି ବେଳରେ
ଦାଉ ଦାଉ ହୋଇ
ମାୟା ଅନ୍ଧାରକୁ ଶେଷ କରନ୍ତି ।
ଅବଢା ମୋତେ ତୁ କରିଦେ କାଳିଆ
ଆନନ୍ଦ ବଜାରେ ମୁଁ ବିକୁଥାନ୍ତି
କଦଳୀ ପତ୍ରରେ ମୁଁ ବଢା ହୁଅନ୍ତି
ଭକତଙ୍କ ପାଇଁ
କୁଣ୍ଡି କୁଣ୍ଡି ହୋଇ
ପେଟର କ୍ଷୁଧାକୁ ସାରି-ମାରି ଦିଅନ୍ତି ।
ବଡଦାଣ୍ଡ ଧୂଳି ମୋତେ କରିଦେ କାଳିଆ
କପାଳରେ ଶୋଭା ପାଆନ୍ତି
ଅଙ୍ଗୁଳି ଟିପରେ ଲାଗୁ ଥାଆନ୍ତି
ଜକ ଜକ ହୋଇ
ଦାଉ ଦାଉ ହୋଇ
ଖଳ ଜନର କୁ-ଦୃଷ୍ଟିକୁ ହଟେଇ ଦିଅନ୍ତି ।
ଟଙ୍କ ତୋରାଣି ମୋତେ ତୁ କରିଦେ କାଳିଆ
ବାସି ହୋଇ ବାସୁ ଥାଆନ୍ତି
ତୃଷ୍ଣାକୁ ମେଣ୍ଟାଉ ଥାଆନ୍ତି
ପାଣିର ଆଳରେ
ଭକତଙ୍କ ପାଇଁ
ତୃପ୍ତିର ହାକୁଟି ସଦା ଆଣି ଆସନ୍ତି ।
