STORYMIRROR

Anuja Behera

Abstract Classics Inspirational

4  

Anuja Behera

Abstract Classics Inspirational

ଏଇତ ବର୍ଷା ଆସେ

ଏଇତ ବର୍ଷା ଆସେ

1 min
3

ଏଇତ ବର୍ଷା ଆସେ.....

ଶାନ୍ତ ସୁନ୍ଦର ନୀଳ ଆକାଶର ଗର୍ଭ ଗହ୍ଵରୁ 
ଆବରଣ ମେଘର ଚାଦରକୁ ଚିରି
ଅଦିନରେ ଧରାପରେ
ବୁନ୍ଦା ବୁନ୍ଦା ଶ୍ରାବଣର ବିନ୍ଦୁ
ଏଇତ ବର୍ଷା ଆସେ
ପ୍ରକୃତିର ପ୍ରିୟତମା ସାଜି
ମୃଦୁ ମଳୟର ମହକଭରା ବାସ୍ନାକୁ ଆଦରି
ମେଘର ଘାଗରା ପିନ୍ଧି
ଝିପି ଝିପି ବରଷାରେ
ଟୁପ ଟାପ ପାଉଁଜିର ସ୍ଵରରେ
ଝଲସି ଉଠେ ପଲ୍ଲୀର ପ୍ରଭାତ
ହସିଉଠେ ଶସ୍ୟ ଶ୍ୟାମଳା 
ସୁନ୍ଦର ସବୁଜ କ୍ଷେତର ସୁବାସିତ ପାରିଜାତ
ଆସାଢେ ଶ୍ରାବଣର ପ୍ରଥମ ଛୁଆଁରେ 
ଦେହରେ ସିଞ୍ଚରେ ଆଶା ଉନ୍ନାଦନାର ଶିହରଣ
ଏଇତ ବର୍ଷା ଆସେ
କାହିଁ କେତେ ପ୍ରତୀକ୍ଷାର ଅନ୍ତେ
ପିଣ୍ଡରେ ପ୍ରାଣ ଯେ ଆସେ
ଧୀର ବରଷା ର ସ୍ଵାଦ ସତେ ଭାରି ମଧୁ ମଧୁ ବାସେ
ଏଇତ ବର୍ଷା ଆସେ.....


Rate this content
Log in

Similar oriya poem from Abstract