STORYMIRROR

Chittaranjan Lenka

Abstract

2  

Chittaranjan Lenka

Abstract

ଏଇ ତ ଜୀବନ

ଏଇ ତ ଜୀବନ

1 min
12.9K


ଜୀବନ ର ମାନେ ଆଉ କିଛି ନୁହଁ

ଚାରି ସାଙ୍କେତିକ ଚିହ୍ନ

ମିଶାଣ ଫେଡାଣ ଗୁଣନ ହରଣ

ବୁଝ ଭାଇ ଭଗ୍ନୀ ଗଣ

ସବୁଥିରେ ଖାଲି ମିଶାଣ ଫେଡାଣ

କରିବାରେ ଦେଲ ଧ୍ୟାନ

ଭାବିଛ କି କେବେ କେତେ ଅରଜିଲ

କେତେ କରିଅଛ ଋଣ?

ଗୁଣନରେ ଖାଲି ବ୍ୟସ୍ତ ରହିଗଲ

ନ ମାନିଲ ରାତି ଦିନ

ଭାବିଛ କି କେବେ କାହାକୁ ଗୁଣୁଛ

ପାପକୁ ଅଥବା ପୂଣ୍ୟ ?

ଭାଜ୍ୟ ହେଲେ ବେଶୀ ଭାଜକ ଦୁର୍ବଳ

ବଢେ ଭାଗଫଳ ମାନ

ଭାବିଛ କି କେହି ତୁମ ଭାଗଫଳ

କେତେ ବେଶୀ କେତେ ନ୍ୟୁନ???

ଚିତ୍ତରଞ୍ଜନ ଲେଙ୍କା,କଟକ


Rate this content
Log in

Similar oriya poem from Abstract