STORYMIRROR

SADASIBA NAYAK

Abstract

3  

SADASIBA NAYAK

Abstract

ଏଇ ତ ଜିବନ

ଏଇ ତ ଜିବନ

1 min
362

ମାଟିର ମଣିଷ ମାଟିରେ ମିଶିବୁ

ଅହଂକାର କାହିଁ ପାଇଁ

ଧନଯୌବନ ଚିର ସ୍ଥାୟୀ ନୁହେଁ

କେବେ ଖରା କେବେ ଛାଇ


ହେ ଅଟ୍ଟାଳିକା ର ଲୋକ

ଥରେ କୁଡିଆକୁ ଯାଇ ଦେଖ

କୁଡିଆଠୁ ତମ ଅଟ୍ଟାଳିକା କେତେ

ସାଜିଅଛି ସାଙ୍ଘାତିକ


ହେ ସର ଲବଣି ର ଲୋକ

ଥରେ ତୋରାଣି ପିଇ କିଦେଖ

ତୋରାଣିରେ ଅଛି ଝାଳ ବୁହା ଶ୍ରମ

ତୁମ ଲବଣିଟା ମାରାତ୍ମକ


ହେ ରାତିରେ ଶୋଇବା ଲୋକ

ଥରେ ରାତିରେ ଚେଇଁ କିଦେଖ

ଖୋଲା ଆକାଶ ରେ ଭୋକିଲା ପେଟରେ

ଶୋଇ କି ପାରିବ ତୁମ ଡଲପ ଗଦି ର ନିଦ


ହେ ଧନୀ ଘର ର ଲୋକ

ଥରେ ଭିକାରି ହୋଇ କି ଦେଖ

ଭିକଠାରୁ କେତେ ଭୟଙ୍କର ତୁମ

କାମନା ବାସନା ଭୋକ


ହେ ଯୌବନେ ମତ୍ତ ଲୋକ

ଥରେ ବୃଦ୍ଧ ହୋଇ କିଦେଖ

ସମୟ ନଇରେ ଭାସି ଯିବ

ତୁମ ସୁନ୍ଦର ତରୁଣ ରୂପ।


ହେ ମର୍ସିଡିଜ୍ ର ଲୋକ

ଥରେ ସାଇକେଲ ଚଢ଼ି କି ଦେଖ

ନିୟନ୍ତ୍ରଣ ତୁମ ଆରାମରେ ନାହିଁ

ମୁଁ ମୋ ଯାତ୍ରାର ନିୟନ୍ତ୍ରକ


ମୋର ମୋର ବୋଲି କହି ହେଉଅଛୁ

ଜିବନେ ନିଜର ତ କେହି ନାହିଁ

ପର ମଣିଷକୁ ନିଜର କର ତୁ

ପଛେ କେହି ଯିବେ ନାହିଁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract