ଏଇ ସନ୍ଧ୍ୟାକାଳ
ଏଇ ସନ୍ଧ୍ୟାକାଳ
ଦିବସର ପର ନିଶି ପରଶର
ମୁହୂର୍ତ୍ତଟି ସନ୍ଧ୍ୟାକାଳ
ଚକ୍ଷୁ ମୁଦି ଦେଲେ ସବୁ ଅନ୍ଧକାର
ଅନ୍ଧକାର କାଳ ବେଳ ।
କାଳର ପରଶେ ଦେବାଳୟ ହସେ
ଘଣ୍ଟ ଆଳତିର ସ୍ଵରେ.
ଭାଗବତ ବାଣୀ ମଧୁର ରାଗିଣୀ
ଭାସି ଆସେ ମଳୟରେ ।
ନୂଆ ଓଢଣୀରେ ନବବଧୂ ଢାଳେ
ପ୍ରଣତି ଚଉରା ପାଶ.
ଜାଳି ସଞ୍ଜ ବତୀ କରଇ ଆଳତି
ସାହା ହୁଅ ପୀତବାସ ।
କିଆ ବୁଦା ମୁଳୁ ଶୃଗାଳ ମେଳରୁ
ଶୁଭେ ହୁକା ହୋଓ ଶବ୍ଦ.
ଜହ୍ନ ଉଙ୍କି ମାରେ ବଉଦ ଫାଙ୍କରେ
ଦିବସେ ଥିଲା ବିଚ୍ଛେଦ. ।
ନାମ ସଂକୀର୍ତ୍ତନ
ମିଳି ଭକ୍ତ ଗଣ
ବିଭୁ ପ୍ରେମରେ ବିଭୋର.
ସନ୍ଧ୍ୟା ଅବସାଦେ ପ୍ରଣତି ଶ୍ରୀପାଦେ
ନିଶି ହେଉ ଶୁଭଙ୍କର. ।
ଶୁଭୁଛି ସନ୍ଧ୍ୟାରେ ଆଜିତ ମନ୍ଦିରେ
ଯନ୍ତ୍ର ବଜାଉଛି ବାଜା.
ନଥାଏ ଭକ୍ତଟି ଫାଙ୍କା ମନ୍ଦିରଟି
କାରୁ କାର୍ଯ୍ୟ ଦିଶେ ସଜ୍ଜା. ।
ଟିଭି ସିରିୟଲ କଲାଣି ପାଗଳ
ସନ୍ଧ୍ୟା ହେଲେ ଶୂନଶାନ.
ମୋବାଇଲରେ ମାତି ସବୁ ଯୁବ ଗୋଷ୍ଠି
ତଳ ମୁହାଁ ରାତି ଦିନ. ।
ନାହିଁ ବୁଦା ବଣ ନାହାନ୍ତି ଶୃଗାଳ
ହୁକେ ହୋଓ ଶୁଭୁନାହିଁ.
ଆଧୁନିକତାର ବଶବର୍ତ୍ତୀ ହୋଇ
ଦେଉଛେ ସବୁ ହରା