STORYMIRROR

Sambit Srikumar

Abstract Classics Inspirational

3  

Sambit Srikumar

Abstract Classics Inspirational

ଏଇ ମୋ ଭାରତବର୍ଷ

ଏଇ ମୋ ଭାରତବର୍ଷ

1 min
196

ଦେଶ ଜାତିର ଅମୂଲ୍ୟ ରତନ ଯୁବ ପୀଢ଼ିର ଆଦର୍ଶ ପୁରୁଷ

ବିଜ୍ଞାପନେ ନିଶା ସେବନ ନିମନ୍ତେ ଜନତାକୁ କରନ୍ତି ପ୍ରୋତ୍ସାହିତ

ଧନ୍ୟ ତାହାଙ୍କ ଅର୍ଥ ଲୋଭ ଧନ୍ଯ ତାହାଙ୍କ ବୁଦ୍ଧି ଓ ବିବେକ

ବିଖ୍ୟାତ ବ୍ୟକ୍ତିଙ୍କ ଆଚରଣ ଉଚ୍ଚାରଣେ ଆକାଶ ପାତାଳ ଫରକ।


ଏଇ ଦେଶର ପାଣି ପବନ ଶାକ ତଣ୍ଡୁଳରେ ହୋଇଣ ମଣିଷ

ସୁଖ୍ଯାତି ପ୍ରାପ୍ତି ଅନ୍ତେ ଆପଣାର ସ୍ବାର୍ଥ ସିଦ୍ଧି ପାଇଁ ଚଳନ୍ତି ବିଦେଶ 

କଳା ସଂସ୍କୃତିର ପ୍ରଚାର ପ୍ରସାର ନାମରେ କରୁଥାନ୍ତି ବ୍ୟବସାୟ 

ଦେଶ ବିରେଧୀ ତତ୍ତ୍ବ ସହିତ ରହିଥାଏ ତାହାଙ୍କ ନିବିଡ଼ ପରିଚୟ। 


ଅନ୍ଧ ଦେଶେ ଦର୍ପଣ ବିକିବା ନ୍ଯାୟରେ ମିଳିଥାଏ ରାଷ୍ଟ୍ରୀୟ ସ୍ବୀକୃତି 

ତଥାପି ତାହାଙ୍କ ମନରୁ ପାଶୋର ଯାଏନି ରାଷ୍ଟ୍ର ବିରୋଧୀ ବିକୃତି 

ଧର୍ମନିରପେକ୍ଷତାର ଛାଲ ପିନ୍ଧି ଭାବାବେଗେ କରୁଥାନ୍ତି କୁଠାରଘାତ 

ଧର୍ମାନ୍ଧତା ବିଷୟରେ କହିବାକୁ ଦିନେ କାଳେ ଖୋଲେ ନାହିଁ ମୁଖ। 


ଏଇ ମୋର ସ୍ବାଧୀନ ଦେଶ ମହାନ ଭାରତବର୍ଷର ବାସ୍ତବ ସ୍ବରୂପ। 

ଅଭିବ୍ୟକ୍ତିର ସ୍ବାଧୀନତାର ଆଳରେ ଏଠି ସବୁକିଛି ସାଦରେ ସ୍ବୀକୃତ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract