STORYMIRROR

Bharati Bhusan Das

Abstract

4  

Bharati Bhusan Das

Abstract

ଏଇ ମୋ ଭାରତ ବର୍ଷ 🙏

ଏଇ ମୋ ଭାରତ ବର୍ଷ 🙏

2 mins
3


ସାରା ଦୁନିଆଁ ର..... ସବୁ ସୁଖ ଭରା.......

  ଏଇ ମୋ... ଭାରତବର୍ଷ......

ଗରିମା ରହିଛି...... ଇତିହାସ ପୃଷ୍ଠା.....

    ଦୁନିଆଁ ର.... ନିଦର୍ଶନ.........

ଏଇ ମୋ ଭାରତବର୍ଷ.........( ଘୋଷା )

ଫିରିଙ୍ଗ ଶାସନ ଠାରୁ.... ସ୍ୱାଧୀନତା ଆଣି......

ଦେଇଗଲେ ବୀର ପୁତ୍ର......

      ଭାରତ ବର୍ଷ ର ମଣି.....

ସୁବାସ ସର୍ଦ୍ଦାର..... ଲାଲ ବାଲ ପାଲ.......

   ଭାରତ ବର୍ଷ ର......ବୀର କାହାଣୀ......।

ଭଗତ ସୁଖ...... ଗାନ୍ଧୀ ନେହେରୁ........

ଝାନ୍ସୀ ଲକ୍ଷ୍ମୀ ରାଣୀ... ମଙ୍ଗଳ ସେ ଗୁରୁ........

     କେତେ ମହାରଥୀ..... ଦେଶ ଜାତି ପ୍ରୀତି....

ଭାରତ ବର୍ଷ ର...... କାହାଣୀ ନ ସରୁ.....

   ରହିଥାଉ ଇତିହାସେ.... ଅମ୍ଲାନ ଜୀବନ୍ତ ଭାଷେ

ସାରା ଦୁନିଆଁର ସୁଖ....... ଏଇଠି ଭରୁ.........।

   ହିନ୍ଦୁ ମୁସଲିମ..... ଶିଖ ଈଶାଇ.......

ଜୈନ ବୌଦ୍ଧ ଧର୍ମୀ ସଭିଏଁ ଯେ ଭାଇ......

ହିଂସା କପଟ... ତେଜି ମନୁ ସର୍ବେ....

    ଆସ ଆସ ବନ୍ଧୁ ..... ସର୍ବେ ଭାଇ ଭାଇ

ଦେଶ ଜାତି ପାଇଁ..... ବଳିଦାନ ଦେଇ......

ରଖିବା.... ଜାତିର ଟେକ......

  ଆମେ ଭାରତ ମାତାର.. ଭେକ.......

ଆମେ ଭାରତ ମାତା ର ଭେକ...........।

   ସ୍ୱାଧୀନତା ଆମ.... ଜନ୍ମ ଅଧିକାର....

ସ୍ୱାଧୀନ ଜୀବନ...... ବଞ୍ଚିବାକୁ ସାର.......

  ଅହିଂସା ପରମ ଧର୍ମ...... ଜାତୀୟ ଚେତନା ମର୍ମ

   ବୁଝିବା..... ବୁଝେଇବା.... ଆମରି କର୍ମ.....

ମୋ ଭାରତ...... ମହାନ......

          ମୋ ଭାରତ..... ମହାନ.....।

ଖଣ୍ଡ ବିଖଣ୍ଡିତ..... ହେବା ନାହିଁ କେବେ.....

ଆସୁ ଯେତେ ବାଧା..... ବିଘ୍ନ ବନ୍ଧୁ ଯେବେ.....

  ମାଆ ର ଦାୟୀତ୍ୱ.... ଆମରି କର୍ତ୍ତବ୍ୟ

ପୋଛିଦେବା ଲୁହ....... ନୁହେଁ ତ ଧର୍ତ୍ତବ୍ୟ.....

  ଭାରତ ମାତାର... ଆମେତ ସନ୍ତାନ

   ଗାଇବା ଜାତୀୟ..... ସଙ୍ଗୀତ... ଜୀବନ....

ରଖିବା.... ମହତ ମାନ.........

ଆମେ ଭାରତ ମାତାର ସନ୍ତାନ..... ଭାଗ୍ୟବାନ.....।

   ପଛଘୁଞ୍ଚା ନାହିଁ.... ବୀର ର ଜାତକେ

  ବୀର ପ୍ରସବିନୀ.... ଜନନୀ ଗୁଣୀକେ.....

  ଭାରତ ବର୍ଷ ନାଆଁ ଟି ତାର

      ଭରତ...... ଆର୍ଯ୍ୟ ଭୂମି.........

ସୂର୍ଯ୍ୟ ବଂଶୀ ଦାୟାଦ ଲେଖା.......

       ପବିତ୍ର..... ଜନ୍ମଭୂମି...........

ସ୍ବର୍ଣ୍ଣ ପ୍ରସୂ ମୋ ଭାରତ...... ତା ଗର୍ଭେ ହୀରା ଲୀଳା

ମୋତି ମାଣିକ ଅଷ୍ଟ ବୈଦୁର୍ଯ୍ୟ

        ଜନନୀ ସେ..... ରତ୍ନ ଶୀଳା........

ଏଇ ମୋ...... ଭାରତ ବର୍ଷ....

ସାରା ଦୁନିଆଁ ର ସବୁ ସୁଖ ଭରା...

    ଏଇ ମୋ ଭାରତ ବର୍ଷ......

ଏଇ ମୋ ଭାରତ ବର୍ଷ.।


Rate this content
Log in

Similar oriya poem from Abstract