ଏଇ ବୋଧେ ପ୍ରେମ
ଏଇ ବୋଧେ ପ୍ରେମ
ଭାବ ବନ୍ଧନରେ ସ୍ନେହଁ ସରାଗରେ
ପ୍ରୀତି ପୁଷ୍ପ ଝରି ପଡେ ;
ଶୁଭ ଆଶୀର୍ବାଦ ହୁଏ ଫଳପ୍ରଦ
ସାବକ ଫେରିଲେ ନୀଡ଼େ !!
ମମତା ମୟୀର କରୁଣାର ଫୁଲ
ମନ ପ୍ରାଣ ମୋହି ନିଏ ;
ମାଆ ଏକା ସାହା ବାହି ଦିଏ ନାଆ
'ମାଆର ବିକଳ୍ପ କିଏ !!
ଏଇ ବୋଧେ ପ୍ରେମ ଅଦୃଶ୍ୟ ବନ୍ଧନ
ଜଗତେ ପଡଇ ହୁରି ;
ମାଆ ଜନ୍ମଦାତ୍ରୀ ଦୁଃଖକୁ ଆଦରି
ହଉ ଥାଏ ସଦା ଝୁରି !!
ସନ୍ତାନର ସୁଖ ମାଆର ସାଫଲ୍ୟ
ଜନମାନସରେ ଭାସେ ;
ପ୍ରକୃତରେ ମାତ ଦୁଃଖରେ ବିବ୍ରତ
ସରାଗରେ ପୁଣି ହସେ !!
ପ୍ରେମର ବାରିଧି ମାଆ ଦିଏ ଢାଳି
ମଙ୍ଗଳ କାମନା ପାଇଁ ;
ମାଆ ମନ କହେ ଆସପିଲେ ତୁମେ
ହଜିଯିବା ସୁଖ ଘରେ ;
ଯାତନା କବଳେ ମାଆ ଟା ବିକଳେ
ଅଭିନୟ ସତେ କରେ !!
ପେଟର ଆହାର ମାଆ କରେ ଦାନ
ମହାନ ହୃଦୟ ତା 'ର ;;
ସେଇ ମାଆ ପୁଣି ଶୁଣେ କେତେ ଗାଳି
ଝରାଇ ଲୋତକ ଧାର !!
ସାବକ ବଢିଲେ ଦୂରେ ଉଡ଼ିଯାଏ
ମା' କଥା ଯାଏ ଭୁଲି ;;
ଏଇ ବୋଧେ ପ୍ରେମ ନିଆରା ସମ୍ପର୍କ
କଵିଟା ହଉଛି ଭାଳି !!
ମାଆର ଆଶିଷ ସ୍ୱର୍ଗ ହସ ପୁଷ୍ପ
ହେଜ ହେ କୁଳ ନନ୍ଦନ ;
ମାଆ ସେବା ଯତ୍ନ ଅଜାଡିବ ରତ୍ନ
ପ୍ରାପ୍ୟ ହେବ ସିଂହାସନ !!!
ଏଇ ବୋଧେ ପ୍ରେମ ସାଶ୍ୱତ ବନ୍ଧନ
ମାନବର ଗୁରୁ ମନ୍ତ୍ର ;;
ସମାଜେ ଆଦୃତ ପ୍ରେମ୍ ଛବି ସତ୍ୟ
ଲୋଡାନାହିଁ ଧର୍ମ ଶାସ୍ତ୍ର !!!
ସଦାନନ୍ଦ ସାହୁ ; କାରାକର୍ମଚାରୀ ;
କେନ୍ଦ୍ରୀୟ କାରାଗା ; କଟକ ; ଚୌଦ୍ୱାର