STORYMIRROR

Prafulla Chandra Mishra

Fantasy Inspirational

4  

Prafulla Chandra Mishra

Fantasy Inspirational

ଏଇ ଭାରତ ଭୂଇଁରେ

ଏଇ ଭାରତ ଭୂଇଁରେ

1 min
348


ସୁଧାକଳ୍ପ ଗଙ୍ଗା ଜଳ ଝରଝର ଝରେ

ଉର୍ବର ମୃତ୍ତିକା ଯହିଁ ନାନା ଫଳ ଫଳେ

ଭିନ୍ନ ଭିନ୍ନତାରେ ଏକକ ସ୍ବର ଝଙ୍କାରେ 

ତ୍ରୀରଙ୍ଗା ପତାକା ଫରଫର ହୋଇ ଉଡେ

ଏଇ ଭାରତ ଭୂଇଁରେ ।।


ମଉଳି ମୁକୁଟ ସମ ହିମବନ୍ତ ଝଳେ

ମହୋଦଧି ନିତି ଯାହାର ପଦ ପଖାଳେ

ନୀଳଗିରି ଚୁଳେ ପତିତପାବନ ଉଡେ

ଏକତାର ମନ୍ତ୍ର ସ୍ଫୁରେ କଳ୍ପବଟ ମୂଳେ

ଏଇ ଭାରତ ଭୂଇଁରେ ।। 


ଗୀତା ଭାଗବତ ପବିତ୍ର ମନ୍ତ୍ର ଜପରେ

ରାମ ଜନ୍ମଭୂମି ଯେ'ପବିତ୍ର ଅଯୋଧ୍ୟାରେ

ଶ୍ରୀକୃଷ୍ଣଙ୍କ ଜନ୍ମ ଯେଉଁ ଦ୍ଵରକା ପୁରରେ

ବୁଦ୍ଧ, ଜୈନଙ୍କର ଅହିଂସା ମନ୍ତ୍ର ପ୍ରଚାରେ

ଏଇ ଭାରତ ଭୂଇଁରେ ।।


ବ୍ୟାସ,ପରାଶର,ବସିଷ୍ଠ ବେଦ ମନ୍ତ୍ରରେ

କାଳିଦାସ,ବାଣାଭଟ କବି କଲମରେ

ଜୟଦେବ,ମଞ୍ଜ,ବଳଦେବ, ସାହିତ୍ୟରେ

ଆନନ୍ଦରେ ସାରା ବିଶ୍ଵ ରୁଦ୍ଧିମନ୍ତ କରେ

ଏଇ ଭାରତ ଭୂଇଁରେ ।। 


ସାହିତ୍ୟ ଶିଳ୍ପ କଳା ଭାସ୍କର୍ଯ୍ୟର ଶୋଭାରେ

ମୋହିତେ ବିଶ୍ଵ ଆକର୍ଷିତ ହୁଏ ଇର୍ଷାରେ

ଜନ୍ମିଲେ ସ୍ଵଂୟ ବିଷ୍ଣୁ ଅବତାର ରୂପରେ 

ଦେବଭୂମି ମାଟି ତିଳକ ଯାହାର ମଥାରେ 

(ସମ୍ଭବ)ଏଇ ଭାରତ ଭୂଇଁରେ ।।



Rate this content
Log in

Similar oriya poem from Fantasy