ଏବେ ନାହିଁ ଜନ୍ମଦିନ ବନ୍ଦାଣ
ଏବେ ନାହିଁ ଜନ୍ମଦିନ ବନ୍ଦାଣ
କି ଯୁଗ ଆସିଲା ଦେଖ ହେ ସଙ୍ଗାତ
ସଭିଏଁ ମାରୁଛନ୍ତି ବାପ ମାଆକୁ ଲାତ
ପୁଳା ପୁଳା ଟଙ୍କା ପାଈବା ପାଇଁକି
ରହନ୍ତି ଅନ୍ୟାୟ ଅନୀତି ରେ କାର୍ଯ୍ୟରତ॥
ଜନ୍ମଦିନ ହେଉ କି ବାହା ବ୍ରତଘର
ଲକ୍ଷଲକ୍ଷ ଟଙ୍କା ପକାନ୍ତି ପାଣିରେ
ବାପା ମାଆ ତୁଣ୍ତେ ଓଷ ଦେବା ପାଇଁ
ରଖନ୍ତି ସେମାନଙ୍କୁ ବୄୄୄୄୄଦ୍ଧାଶ୍ରମରେ ॥
ପିଠା ପଣା ଆଉ ବନ୍ଦାଣ କରିବା
ଭୂଲିଗଲେଣି ଜନମଦିନରେ
ଥେଈ ଥେଇ ନାଚ ଦିଶେ ଝିଅଙ୍କ
ବାହାବ୍ରତଘର ବରଯାତ୍ରୀରେ ॥
ମନ୍ଦିର ଯାନ୍ତି ବେଶଭୂଷାରେ
ଜାଳନ୍ତି ଦୀପଟି ଶ୍ରଦ୍ଧାରେ
ହେଲେ ମନ ଥାଏ ଖାଲି
ସନ୍ଧ୍ୟା ବେଳ କେକ୍ କଟାରେ॥
ଧିକ ଏ ଜୀବନ ଧିକ ଏ ମାନବ
ଭୂଲିଗଲାଣି ସଂସ୍କୄୄୄୄୄୄୄତି ପରମ୍ପରା
ଜିଦିଆ ଯୁବପିଢୀ ଙ୍କୁ କିଏ ପାରିବ
ସଭିଏଁ ହୁଅନ୍ତି ବୄୄୄୄୄୣୣୣଥାରେ ଆତ୍ମହରା॥