STORYMIRROR

Judhisthir Majhi

Tragedy Inspirational Others

4  

Judhisthir Majhi

Tragedy Inspirational Others

ଏ ତ ମୋବାଇଲ୍ ଯୁଗ

ଏ ତ ମୋବାଇଲ୍ ଯୁଗ

1 min
751

ଛୋଟ ହେଉ କି ବଡ ହେଉ

ସମସ୍ତ ହାତରେ ମୋବାଇଲ୍

ସେ ତ - ଆମ ପ୍ରକୃତ ବନ୍ଧୁ ହେଲାଣି

ତା'ପାଇଁ ମନଟା କରେ- ହାପ୍ପିନେସ୍ ଫିଲ୍


ଶୁଣିବା ପାଇଁ ମିଳୁଛି - ଗୀତ

ଦେଖିବା ପାଇଁ ମିଳୁଛି - ଭିଡିଓ

ଗେମ୍ ଖେଲିବା ପାଇଁ ମିଳୁଛି ......


ଦିନ ସରୁଛି ରାତି ସରୁଛି

ଡେଲି... ଡେଲି... ଡେଲି...

ଘରେ ବସି ବସି

1.5 ଜିବି ଡାଟା ସାରୁଛି...


ମୋ ପରି କେହି, ନୁହେଁ ଖୁସି

ମୁଁ ଜାଣିବାରେ ଏ ଦୁନିଆରେ ...


ରବିବାର କି ସୋମବାର

ଜାନୁଆରୀ କି ଫେବୃଆରୀ

ଜଣା ନାହିଁ ମତେ ଜଣା ନାହିଁ

କେତେବେଳେ ଆସି ଫେରେ ...

ସବୁବେଳେ ମୋବାଇଲ୍

ମୋ ହାତ ମୁଠାରେ......


ଚାରି ମାସର ପୁଅଟା

ପଲଙ୍କରେ ଶୋଇଛି


ତା କାନ୍ଦିବା ଶବଦ କାନରେ ବାଜୁଛି

କ'ଣ କଲେ ସେ ଚୁପ ରହିବ

ସେ ଉପାୟଟା ବେଶ୍ ଭଲ ଭାବେ

ମତେ ଜଣା ଅଛି...

ଗୀତ ଚଲାଇ

ମୋବାଇଲ୍ ତା ହାତେ ଦେଲେ

ଖୁସିରେ ଡେଉଁଛି...


ସମୟକୁ କଲି ନଷ୍ଟ

ଆଜି ହେଲି ନଷ୍ଟ

ହେଲି ପଥଭ୍ରଷ୍ଟ

କାହାକୁ ଆଉ ଦେବି ଦୋଷ,

ସମୟକୁ ନା ଭାଗ୍ୟକୁ

ନିଜ ଲୋକକୁ କି ପରଲୋକକୁ

ସବୁଥିରେ ମୋର ଦୋଷ ଦିଶେ

କରେ- ହୃଦୟରୁ ଅନୁତାପ।


ଘର ପଛପଟେ ବସିଛି

ଗ୍ଲାସରେ ମଦ ଢାଲିଛି

ଘରୁ ଫୁନ କଲ୍ ଆସିଲେ,

ସାଙ୍ଗ ସାଥେ ପାର୍କରେ ବୁଲୁଛି

ମିଛରେ ହସି କହି ଦେଉଛି,

କଲ୍ କାଟ ମମି ଏବେ ବିଜିରେ ଅଛି।


ଗଲ୍ ଫ୍ରେଣ୍ଡର କଲ୍ ଆସିଲେ

ଏକ ଘଣ୍ଟା ବି ଏକ ମିନିଣ୍ଟ୍

ମନେ ହେଉଛି ।।


ଏମିତି କାହିଁକି ହେଉଛି

କଥାରେ କଥାରେ ରାଗି ଯାଉଛି

ନୋନସେନ୍ସ୍ ଇଡିଅଟ୍

ନିରୀହ ଲୋକଙ୍କୁ କହୁଛି।


ମାନସିକ ମୋର ବଦଳିଲାଣି

ସମୟ ଦେଇ ପାରୁନି

କେମିତି ଭଲ ପାଇବା

ଆଉ କାହାକୁ ଦେଇ ପାରିବି

ଭିଡିଓ କଲିଙ୍ଗରେ କଥା ହେଉଛି,

ନିଜ ଲୋକ କେହି ରୋଗ ପଡିଲେ

ଅନ୍ ଲାଇନ୍ ରେ

ମେଡିସିନ୍ ମଗାଇ ଦେଉଛି

ଅନ୍ ଲାଇନ୍ ରେ

ମନି ପଠାଇ ଦେଉଛି।

ଭାବୁଛି ସମୟ ବଞ୍ଚାଇ ରଖୁଛି

ହେଲେ ନିଜ ଲୋକଠୁ ମୁଁ

ଦୂରେଇ ଦୂରେଇ ଯାଉଛି।  


ଏ କି ସେ ଫଳ - ଏ ମୋବାଇଲ

କୁବ୍ୟବହାର - ନିତି କରିବାର

ଭୟଙ୍କର ପରିଣାମ।

ବଦଳିବାକୁ - ହେବ ମତେ

ବଦଳିବ ମୋ - ଭାଗ୍ୟ ଆପେ

ହେବ ନୂତନ ଜନମ।  


Rate this content
Log in

Similar oriya poem from Tragedy