STORYMIRROR

Ansuman Swain

Tragedy

4  

Ansuman Swain

Tragedy

ଏ ସମୟର ଖେଳ

ଏ ସମୟର ଖେଳ

1 min
183


 ନିଷ୍ପାପି ନିର୍ବୋଧ ଶିଶୁ ଟିଏ ମୁହିଁ 

  ଦୁଃଖ କଣ ଜାଣେ ନାହିଁ

ସମୟ ସ୍ରୋତରେ ମଜି ଯାଉଥିଲି 

  ହସୁ ଥିଲି ସଦା ମୁହିଁ ।(୦)


ବାବା ,ମାମା ଙ୍କର ସ୍ନେହ ଶ୍ରଦ୍ଧା ଥିଲା

   ଅଭଡ଼ା ପ୍ରସାଦ ପରି

ତନୁ ମନେ ମୋର ଶାନ୍ତିର ଜୁଆର

  ଆସୁଥିଲା ମାଡି,ମାଡି ।(୧)


ରାଗ ଅଭିମାନ ଅଳି ଅଝଟ ତ

  ଦେଉଥିଲା କେତେ ଶାନ୍ତି

ଭାଈ ଭଉଣି ଙ୍କ ସ୍ନେହର ଆଶିଷ

   ହାରୁଥିଲା ମନୁ କ୍ଳାନ୍ତି ।(୨)


ସମୟ ଚକ୍ର ଟି ହାରିଲା ସକଳ

  କ୍ଷଣିକରେ ହେଲା ଚୁନା 

ସ୍ନେହର ବନ୍ଧନ ହୋଇ ଗଲା ଶୂନ୍ୟ 

   ସଭିଏଁ କରିଲେ ଘୃଣା ।(୩)


ପଥର ପରିକା ପାଲଟି ଗଲି ମୁଁ

   ହୋଇ ଗଲି ଅଭିଶପ୍ତ

ସଭିଙ୍କ ମନରୁ ସୁଖ ଛଡେଇ ମୁଁ

  ପାଲଟିଗଲି କଳଙ୍କିତ ।(୪)


ବହୁତ ଦୂରକୁ ଚାଲି ଗଲି ମୁଁ ଯେ

  ହଜି ଗଲା ମୋ ଅତିତ

ବର୍ତ୍ତମାନ କୁ ମୁଁ ଧରି ଚାଲି,ଚାଲି 

  ଖୋଜୁ ଥାଏ ଭବିଷ୍ଯତ ।(୫)


ଅନ୍ଧାର ରାତ୍ରିରେ ସ୍ୱପ୍ନର ସାଗରେ

  ଦେଖେ ବାବା ,ମାମା ମୁଖ

ପୁରୁଣା ଦିନକୁ ଭୂଲି ମୁଁ ପାରେନି 

  ମିଳି ଥିଲା ଯେତେ ସୁଖ ।(୬)


ଚେଇଁ ଶୋଇ ଥାଏ  ଶୀତ କାକର ରେ

    ଭାବୁ ଥାଏ ମାମା କଥା

ସତରେ କଣ ମାମା ଥିଲେ ମୋ ପାଖେ

    କରିଥାନ୍ତି ଅଣ ଦେଖା ।(୭)


ସବୁବେଳେ ମୁହିଁ ଆଖିର ଲୁଖକୁ 

  ପାଣି କରି ପିଉ ଥାଏ 

ନିଜେ ଗଢି ଥିବା ପାପର ମାଠିଆ

   ଧରି,ଧରି ଘୁରୁ ଥାଏ ।(୮)


ମନେ,ମନେ ମୁହିଁ ନୀତି ଭାବୁ ଥାଏ

   କେବେ ତ ନ ଆସୁ ରାତି

ଅନ୍ଧାର ରାତିରେ ପ୍ରତି ମୁହୂର୍ତ୍ତରେ

   ନ ଭିଜୁ ମୋହରି ଆଖି ।(୯)


ରାସ୍ତା ର କଡରେ ବସ୍ ଷ୍ଟାଣ୍ଡ ଘରେ 

   ଦିନ କାଟୁ ଥିଲି ମୁହିଁ 

ଅଜଣା ,ଅଶୁଣା କିଛି ବ୍ୟକ୍ତି ଆସି 

  ଲାଞ୍ଚନା ଦେଲେତ ତହିଁ ।(୧୦)


ଭାବୁ ଥିଲି ମୁହିଁ ହାରିବି ଜୀବନ

   ବଞ୍ଚି ରହି ଲାଭ ନାହିଁ 

କେବେ,କେବେ ପୁଣି ଭାବନା ମୋ କୁହେ

  କାହିଁକି ଭାବୁଛୁ ତୁହି ।(୧୧)


କେଉଁ ଜନମରେ କି କର୍ମ କରିଛି

   ପାଉଛି ଏ ଜନ୍ମେ କଷ୍ଟ

ଖାଦ୍ୟ ପାଖେ ଥାଇ ଖାଇ ମୁଁ ପାରୁନି

  ଜଳୁଛି ଭୋକରେ ପେଟ ।(୧୨)

 

କାହିଁକି ସମୟ ଖେଳିଲୁ ମୋ ସାଥେ

   ଦେଲୁ ଏତେ ବଡ଼ ଶାସ୍ତି

ସହି ପାରୁ ନାହିଁ କହି ପାରୁନାହିଁ 

  ଏଇଠୁ କରୁଛି ଇତି । (୧୩)



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy