ଏ କି ଋତୁ ଯେ କରୋନା
ଏ କି ଋତୁ ଯେ କରୋନା


ଏ କି ଋତୁ ଯେ କରୋନା
ଆଜି ମାନବକୁ ମାନବ ଛୁଇଁବା ମନା ,
ଶିଶୁରୁ ବୃଦ୍ଧ ଯାଏ
ବୟସ ସେ ମାପେନା ।
ଏ କି ଋତୁ ଯେ କରୋନା
ମନ୍ଦିରେ ଦିଅଙ୍କୁ ଭେଟିବା ମନା ,
ମାତା କାନ୍ଦେ ବ୍ୟାକୁଳରେ
ପୁଅ ଥାଇ ବିଲାତରେ
କରୋନା ର ଏ ଅନଲାଇନ ଯୁଗରେ
ପୁତ୍ର ଦେଖେ ପିତୃ କୁ ଶ୍ମଶାନରେ ।
ଏ କି ଋତୁ ଯେ କରୋନା
ଶିଷ୍ୟ ଆଜି ଉତୀର୍ଣ୍ଣରେ ଗୁରୁପାଦ ଛୁଇଁବା ମନା ,
ଆଉ ଶିକ୍ଷା ମିଳେ ଛାତ୍ରଙ୍କୁ
ଆଜି ଇଣ୍ଟରନେଟରେ
ଶିକ୍ଷକ ବି ଥକି ଯାନ୍ତି
ନେଟୱର୍କ ଚିନ୍ତାରେ ।
ଏ କି ଋତୁ ଯେ କରୋନା
ଏଠି ଘରୁ ବାହାରିବା ମନା ,
ଆଉ ରୋଗ ଚିନ୍ତାରେ ନିରୋଗୀ
ଔଷଧ ତାଟିଆ କାମୁଡେ
ଅଚିନ୍ତାର ରୋଗୀ ଆଜି
ବୁଲେ କରୋନାର ଭିଡ଼େ ।
ଏ କି ଋତୁ ଯେ କରୋନା
ଖୋଲା ନିଶ୍ୱାସ ବି ନେବା ମନା ,
କରୋନାର ଯୋଦ୍ଧା ଆଜି ଲଢୁଛି
ରାତି ଦିନ ଆତ୍ମୀୟଙ୍କୁ ପଛରେ ପକାଇ
ଆଉ ନିର୍ଦୟୀ ସ୍ୱାର୍ଥୀ ମଣିଷ ବୁଲୁଛି
ଅଦରକାରୀ କାର୍ଯ୍ୟ ମନେ ପକାଇ ।
ଏ କି ଋତୁ ଯେ କରୋନା
ଏଠି ବନ୍ଧୁ ମିଳନ ବି ମନା ,
ଆଉ ଘରେ ଯଦି କେହି ରୁହେ
ସଂଘରୋଧରେ
ପରିବାର ମନ ଯନ୍ତ୍ରଣା
କେତେ ଯେ ବ୍ୟାକୁଳରେ
ହେଲେ ଏ ସଭ୍ୟ ସମାଜର
କିଛି ଅସଭ୍ୟ ମଣିଷଙ୍କ ବ୍ୟବହାରରେ ।
ଏ କି ଋତୁ ଯେ କରୋନା
ଶିଖାଉଛି ନୀତି କିଛି ଜଣା ଅଜଣା ,
ଆଜି ଧାଡି ଭାଙ୍ଗିବା ମନା
ହାତ ନ ଧୋଇ ପ୍ରବେଶ ମନା ,
ବାପା ମାଙ୍କ ସ୍ନେହରୁ ବଂଚିତ ନ ହୋଇ
ବିଦେଶରେ ଟଙ୍କା ସ୍ଵପ୍ନ ଦେଖିବା ମନା ,
ରାସ୍ତାରେ ଛେପ ପକାଇବା ମନା
ଯୋଡ ହସ୍ତରେ ନମସ୍କାର କରି
ହାତ ମିଳାଇବା ମନା ।
ବାଃ ବାଃରେ କରୋନା
ଦେଖାଉଛୁ ମଣିଷକୁ କେତେ
ଭୟର ଏ ସୀମା ,
ବାଃ ବାଃରେ କରୋନା
ପ୍ରକୃତି ସାଜି ତୁ
ଆଉ ଦାଉ ସାଜେନା ।
ବାଃ ବାଃରେ କରୋନା
ତୁ ଆଉ ଡରାନା
ତୁ ଆଉ ଡରାନା ।