STORYMIRROR

Snigdha Nayak

Abstract

2  

Snigdha Nayak

Abstract

ଏ କେତୋଟି କଳା ଅକ୍ଷର ....

ଏ କେତୋଟି କଳା ଅକ୍ଷର ....

1 min
172

ଏଇ କେତୋଟି କଳା ଅକ୍ଷର

ଛପା କାଗଜରେ

ରହି ଯାଇଥିବ ମୁଁ ଗଲା ପରେ

ପୃଷ୍ଠା ଓଲଟାଉଥିବ ତୁମେ ମୋ ନିଶାରେ

ମୁଁ ବି ଘୁରି ବୁଲୁଥିବି ପରିବାର ମୋହରେ


ତୁମ ବନ୍ବିତ ଚକ୍ଷୁ ଥର ଓଠ

ପୋଛି ନ ପାରି ପାଉଥିବି କଷ୍ଟ

ଖୋଜୁଥିବି ଅଭିନୟ ର ଵସ୍ତ୍ର ଟିଏ

ତୁମେ ବି ଚାହୁଁଥିବ ସମ୍ପର୍କ ଆଉ ଥରୁଟିଏ


ଜାଣେ ମୁଁ ପାତ୍ରୀ ଆଉ ଏ ଅଭିନୟ

ତଥାପି କାହିଁ ଆଜି ଏ ଚାଲିଯିବାର ଭୟ

ଆଉ ଏଇ କେଇଟା  ଯେ ଦିନ

ଚାଲିଯିବି ଅନିଚ୍ଛା ସତ୍ୱେ ହୋଇ ନିର୍ଜନ


ବାସ୍ ! ଏଇ କେତୋଟି କଳା ଅକ୍ଷର

ଛପା କାଗଜରେ

ରହି ଯାଇଥିବ ମୁଁ ଗଲାପରେ


ଦିନ ରାତି ପବନ ସେମିତି ବହି ଚାଲିଥିବ

ମୋ ସବୁ ଚିହ୍ନ ବର୍ଣ୍ଣ ପାଉଁଶ ହୋଇ ସାରିଥିବ

 ଅସହ୍ୟ  ସେ  ତୁମ ବୁକୁଫଟା କ୍ରନ୍ଦନ

ଡାକୁଥିବ ନିଇତି କରିବାକୁ ଆଗମନ


ଲକ୍ଷଚ୍ୟୁତ ହୋଇ ମୋହ ନିଶାରେ

ପୁନଃ ଆଗମନ ର ଭିକ୍ଷା କରି ଚାଲିବି

ଯାଉଥିବି ଆସୁଥିବି ଲୁଚକାଳି ଖେଳି ଚାଲିଥିବି

ପ୍ରତି ଥର ନୂଆଁ ପରିଚୟ ଗଢ଼ି ଚାଲୁଥିବି


କେବଳ ଏଇ କେତୋଟି କଳା ଅକ୍ଷର

ବାସ ! ଛପା କାଗଜ ରେ ଏଇ କେତୋଟି ଅକ୍ଷର

ରହିଯାଇଥିବେ ଗୋଟାଏ ପରିଚୟ ରେ


ଶୁଭୁଥିବ କରତାଳି କେଉଁ ଆବୃତ୍ତିରେ

ଧାଇଁ ଆସୁଥିବି ଅଦୃଶ୍ୟ ସଲିଲ ହୋଇ

ଛୁଇଁ ଯାଉଥିବି ଲେଖନୀ କୁ ଲେଖିବା ନିଶାରେ

ଲେଖକ ଆଉ ପାଠକ ଗହଣ ରେ


ଅଦୃଶ୍ୟ ସେ ଲେଖା ଅଦୃଶ୍ୟକାରୀ ସେ ଲେଖିକା

ଅଦୃଶ୍ୟ ଅଭିନୟ ଟି ରେ ହୋଇ ଅପରିଚିତା

ଏମିତି ଆସୁଥିବି ଯାଉଥିବି, ଲେଖୁଥିବି

ନା' ତୁମକୁ ନା' ଏ କଳା ଅକ୍ଷର କୁ ଭୁଲାଇ ପାରୁଥିବି


ଅଦୃଶ୍ୟ ଅଭିନୟ ରେ, ସଲିଲ ହୋଇ ବହୁଥିବି

ଏମିତି ହସୁଥିବି ଗାଉଥିବି ଆଉ ଲେଖୁଥିବି

ଛପା କାଗଜ ର କଳା ଅକ୍ଷର ରେ ନିଜକୁ ଖୋଜୁଥିବି


ବାସ୍

ଦୃଶ୍ୟମାନ ହୋଇ ରହିଯାଇଥିବ

କେବଳ ଏଇ କେତୋଟି କଳା ଅକ୍ଷର

ଛପା କାଗଜ ରେ ମୁଁ ଗଲାପରେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract