STORYMIRROR

Amulya Kumar Nayak

Tragedy

3  

Amulya Kumar Nayak

Tragedy

ଏ ଜୀବନ ସରଳାର୍ଥ

ଏ ଜୀବନ ସରଳାର୍ଥ

1 min
229


ମଣିଷ ଆରତ  ହୋଇ ସଂକ୍ରମିତ

    ମହାମାରୀ ମହାଦାଉ

ପାରୁନ କି ଦେଖି ଆହେ ଚକାଆଖି

    ତୁମ୍ଭେ ପ୍ରଭୁ ଥାଉଁ ଥାଉଁ

    ମହାବାହୁ.......

    ତୁମ୍ଭେ ପ୍ରଭୁ ଥାଉଁ ଥାଉଁ ।।


ତ୍ରାହି ତ୍ରାହି ଡାକେ ମଣିଷ ଜାତିଟା

     ଜୀବେ କରିଥିଲ ଶ୍ରେଷ୍ଠ

ଇତର କାତର  ପ୍ରାଣୀ ବୁଲୁଛନ୍ତି

     ଭୀତ ତ୍ରସ୍ତେ ନର କଷ୍ଟ

     ମହାବାହୁ.........

     ଅମୂଲ୍ଯ ସଂପଦ ନଷ୍ଟ ।।


ମାଆ କୋଳୁ ପୁଅ ଯାଉଅଛି ଚାଲି

    ବାପାକୁ ପଡିଛି ଶଙ୍କା

ତୁଣ୍ଡେ ପାଣି ଦେବ କିଏ ଆଉ ତବ

    ବଅଁଶ ହୋଇବ ରକ୍ଷା

    ମହାବାହୁ.........

    ବଅଁଶ ହୋଇବ ରକ୍ଷା ।।


ଛଅ ଖଣ୍ଡ କାଠ  ହେଉନାହିଁ ଲୋଡା

    ଧୂପ ଦୀପ ଫୁଲ ମାଳ

ଅହି ଡେଙ୍ଗୁରା ବି ବାଜୁନି ଦାଣ୍ଡରେ

    ନାହିଁ ପରିଜନ ମେଳ

    ମହାବାହୁ...........

    ନାହିଁ ପରିଜନ ମେଳ ।।


ବେଳ ପୁରୁନାହିଁ  କାଳ ପୂରିଯାଏ

     ଅଛୁଆଁ ମଣିଷ ଜାତି

ଏନ୍ତୁଡିଶାଳ ବି  କାନ୍ଦୁନାହିଁ ଆଉ

    ମଶାଣୀର ଫୁଲେ ଛାତି

    ମହାବାହୁ.........

    ମଶାଣୀର ଫୁଲେ ଛାତି ।।


ଶ୍ରୀମନ୍ଦିର ନୁହେଁ ସ୍ବର୍ଗଦ୍ବାର ନୁହେଁ

     ସବୁ ଲାଗେ ଫାଙ୍କା ଫାଙ୍କା

ଧରମ କରମ ହେଲା ସବୁ ବାମ

     ଜୀବନ ପଡିଛି ଦକା

     ମହାବାହୁ ..........

     ଜୀବନ ପଡିଛି ଦକା । ।


ରାମ ନାମ ସତ୍ଯ ଶୁଭୁନି ଜଗତ

     ନାହିଁ ଭାଇ ବନ୍ଧୁ ଡକା

ଦଶ ଦିନ ସୁଧି ହେଉନାହିଁ ବିଧି

     ପୂଜକର ନାହିଁ ଦେଖା

     ମହାବାହୁ.............

     ପୂଜକର ନାହିଁ ଦେଖା ।।


ପାପି ତପି ସବୁ  କଲ ଏକାକାର

     ମହାମାରୀ କ୍ରୁର ଧାସେ

ମଣିଷ ମଡକ  ପଡିଛ ଚଡକ

     କି ରହିବ ଭାଗଶେଷେ

     ମହାବାହୁ.......

     କି ରହିବ ଭାଗଶେଷେ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy