STORYMIRROR

Debabrata Mishra

Tragedy

4  

Debabrata Mishra

Tragedy

ଏ ଜୀବନ ଏମିତି

ଏ ଜୀବନ ଏମିତି

1 min
310

ନିଦ ଭାଙ୍ଗୁଭାଙ୍ଗୁ ଲୁହ ଜକେଇ ଆସେ 

ଆଖିକୁ ଦେଖି ଓଠ ତାତ୍ସଲ୍ୟ କରି ହସେ

ଅଭିଯୋଗ ଗୁଡ଼ିକ କରନ୍ତି ଆତ୍ମହତ୍ୟା

ଅଭିମାନ ଯେତେସବୁ କାନ୍ଦନ୍ତି ଗୁମୁରି ଗୁମୁରି

କଥା ଆରମ୍ଭ କଲେ ଦୁଃଖନଦୀର ବନ୍ୟା ଆସେ 


ନକହି ନକହି ଛାତିଟା ପଥର ମନଟା ନିଷ୍ଠୁର

ସମସ୍ତେ ପରିସ୍ଥିତିର କାଠଗଡ଼ାରେ ଛିଡ଼ା ଏଠି

କିନ୍ତୁ ନିର୍ଦ୍ଦୋଷ ବୋଲି ଲଢିବାକୁ ନାହିଁ କେହି

ନିଃଶ୍ୱାସ ପ୍ରଶ୍ୱାସ ମାତ୍ର ହିଁ ଜୀବନ ତ ନୁହେଁ 

ଆଶଙ୍କା ଭୟ ଦୁଃଖ କେବଳ ସମୟକୁ ନେଇ 


ଶାପଗ୍ରସ୍ତ ଜୀବନଟିଏ ବଞ୍ଚିବାଟା ଯନ୍ତ୍ରଣା ସତେ

ଅନେକ ତ୍ୟାଗିଲା ପରେ ବି କିଛି ନପାଇବା

ସମ୍ପର୍କର ଏ କି ପ୍ରକାର ମଧୁର ଜହର ପ୍ରଭୁ

ଲକ୍ଷ୍ମଣରେଖା ହିଁ କାରଣ ସୁଖର ସୀତାଙ୍କ ହରଣର

ନିୟମ ତଥାପି କହେ ମଲାଯାଏ ଦାନ୍ତଦେଖାଇ ହସିବା


ସମୟ ଠକିଦେଲା ପରିସ୍ଥିତି କରିଛି ବିଶ୍ୱାସଘାତ

ମରିସାରିବା ପରେ ବି ଜୀବନ ଥାଏ ତୁମକୁ ଅଜଣା

ଅନ୍ତଃ ଶବକୁ ପ୍ରତି ମୁହୂର୍ତ୍ତରେ ବହନ କରିବାକୁ ହୁଏ

ଚାଲିବାକୁ ହୁଏ ଏମିତି ନ ଜାଣି ମଧ୍ୟ ପହଞ୍ଚିବା ଠିକଣା

ଏ ଜୀବନ ଏମିତି ମିଛଟିଏ ଏଠି ସତରେ ବଞ୍ଚିବାକୁ ହୁଏ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy