ଏ ଜୀବନ ଏମିତି
ଏ ଜୀବନ ଏମିତି
ନିଦ ଭାଙ୍ଗୁଭାଙ୍ଗୁ ଲୁହ ଜକେଇ ଆସେ
ଆଖିକୁ ଦେଖି ଓଠ ତାତ୍ସଲ୍ୟ କରି ହସେ
ଅଭିଯୋଗ ଗୁଡ଼ିକ କରନ୍ତି ଆତ୍ମହତ୍ୟା
ଅଭିମାନ ଯେତେସବୁ କାନ୍ଦନ୍ତି ଗୁମୁରି ଗୁମୁରି
କଥା ଆରମ୍ଭ କଲେ ଦୁଃଖନଦୀର ବନ୍ୟା ଆସେ
ନକହି ନକହି ଛାତିଟା ପଥର ମନଟା ନିଷ୍ଠୁର
ସମସ୍ତେ ପରିସ୍ଥିତିର କାଠଗଡ଼ାରେ ଛିଡ଼ା ଏଠି
କିନ୍ତୁ ନିର୍ଦ୍ଦୋଷ ବୋଲି ଲଢିବାକୁ ନାହିଁ କେହି
ନିଃଶ୍ୱାସ ପ୍ରଶ୍ୱାସ ମାତ୍ର ହିଁ ଜୀବନ ତ ନୁହେଁ
ଆଶଙ୍କା ଭୟ ଦୁଃଖ କେବଳ ସମୟକୁ ନେଇ
ଶାପଗ୍ରସ୍ତ ଜୀବନଟିଏ ବଞ୍ଚିବାଟା ଯନ୍ତ୍ରଣା ସତେ
ଅନେକ ତ୍ୟାଗିଲା ପରେ ବି କିଛି ନପାଇବା
ସମ୍ପର୍କର ଏ କି ପ୍ରକାର ମଧୁର ଜହର ପ୍ରଭୁ
ଲକ୍ଷ୍ମଣରେଖା ହିଁ କାରଣ ସୁଖର ସୀତାଙ୍କ ହରଣର
ନିୟମ ତଥାପି କହେ ମଲାଯାଏ ଦାନ୍ତଦେଖାଇ ହସିବା
ସମୟ ଠକିଦେଲା ପରିସ୍ଥିତି କରିଛି ବିଶ୍ୱାସଘାତ
ମରିସାରିବା ପରେ ବି ଜୀବନ ଥାଏ ତୁମକୁ ଅଜଣା
ଅନ୍ତଃ ଶବକୁ ପ୍ରତି ମୁହୂର୍ତ୍ତରେ ବହନ କରିବାକୁ ହୁଏ
ଚାଲିବାକୁ ହୁଏ ଏମିତି ନ ଜାଣି ମଧ୍ୟ ପହଞ୍ଚିବା ଠିକଣା
ଏ ଜୀବନ ଏମିତି ମିଛଟିଏ ଏଠି ସତରେ ବଞ୍ଚିବାକୁ ହୁଏ।
