ଏ ବୋଧେ ଗୋଟିଏ କବିତା
ଏ ବୋଧେ ଗୋଟିଏ କବିତା
ଜୀବନମୟ ପୃଥିବୀରେ
ଏ କାହାର ଜୀବନ,
ମନର ମନ୍ଦିରରେ
ଏ କାହାର ପୂଜା ଫୁଲ,
ଫୁଲର ପାଖୁଡ଼ାରେ
ଏ କାହାର ସ୍ତବକ,
ଫଗୁଣର ହିଲ୍ଲୋଳରେ
କାହାର ଏ ଆତଯାତ,
ଚିକ ମିକ ଆଲୁଅରେ
ଏ କାହା ରରଙ୍ଗର ବର୍ଣାଳୀ ,
ହୃଦୟର ଅଳିନ୍ଦରେ
କାହାର ସାରେଗାମା ସ୍ୱର
ସୁନାର ହରିଣ ନାଚେ
ଆଖିରେ ଆଖିରେ କାହାର,
ରାତିର ସ୍ୱପ୍ନରେ
ଏ କାହାର ଆଲିଙ୍ଗନ,
ପ୍ରେମର ନଗରୀରେ
କାହାର ପ୍ରେମ ବଳିଦାନ,
ସ୍ୱର୍ଗର ନନ୍ଦନକାନନ ଭଳି
ଏଠି କିଏ ସିଂଚୁଛି ଅମୃତ
ଜୀବନର ଗଣିତରେ
ଏ ସବୁର ଚିହ୍ନ ବର୍ଣ
ଏଠି କିଛି ବି ମିଳେନା
ଭୋଗବାଦର ସମାଜରେ
ଏମିତି ତ ଜାଗା ନାହିଁ ,
ଏମିତିକା ସ୍ବପ୍ନ ବି ନାହିଁ,
ତେବେ ଶବ୍ଦରେ ଶବ୍ଦରେ,
କବିର କାଗଜ କଲମରେ
ଏ ବୋଧେ ଗୋଟିଏ କବିତା