ଏ ବିପଦ ବେଳେ କାହିଁଗଲେ ?
ଏ ବିପଦ ବେଳେ କାହିଁଗଲେ ?


କାହିଁଗଲେ ବାବାମାନେ ପୂଜକ ଜ୍ୟୋତିଷ,
କାହିଁଗଲେ ମନ୍ତ୍ରଦାତା ପୁଣ୍ୟାତ୍ମା ପୁରୁଷ ?
କାହିଁଗଲେ ସାଇବାବା ଭକ୍ତନାମେ ଖ୍ୟାତ,
କାହିଁଗଲେ ମନ୍ଦିରରେ ଗାଆନ୍ତି ଯେ ଗୀତ ?
କାହିଁଗଲେ ହନୁମାନ ଚାଳିଶା ଗାୟକ,
କାହିଁଗଲେ ବିପଦରେ ସାଧକ ତାନ୍ତ୍ରିକ ?
କାହିଁଗଲେ ପ୍ରବଚକ ବୁଝାନ୍ତି ପୁରାଣ,
କାହିଁଗଲେ କହନ୍ତି ଯେ ରଖ ନାରାୟଣ |
କାହିଁଗଲେ ଗାୟତ୍ରୀର ପୂଜକ ଭକତ,
କାହିଁଗଲେ ଜୟଗୁରୁ ମନ୍ତ୍ରେ ଯେ ଦୀକ୍ଷିତ |
କାହିଁଗଲା ଓଷେଇତି ହୁଳହୁଳି ଶବ୍ଦ,
କାହିଁଗଲା ଘଣ୍ଟା
ଘଣ୍ଟା ଶଙ୍ଖଧ୍ୱନି ନାଦ ?
ଶୁଭୁ ନାହିଁ ଭକ୍ତିଗୀତ ମାଇକରେ କାହିଁ,
ପ୍ରଭୁ ଯୀଶୁ ପ୍ରାର୍ଥନା ବି ଆଉ ଶୁଭୁନାହିଁ |
ମାଇକରେ ଶୁଭୁନାହିଁ ଆଲ୍ଲା ଆଲ୍ଲା ଡାକ,
ମନ୍ତ୍ର ଛାଡ଼ି ପୁରୋହିତ ହୋଇଛନ୍ତି ମୁକ |
ଈଶ୍ୱରଙ୍କୁ ଭକ୍ତିଭରେ ଡାକନ୍ତିନି କେହି,
ବିପଦ ବେଳେ ଏମାନେ ଲୁଚିଛନ୍ତି କାହିଁ ?
ବିଶ୍ୱଶାନ୍ତି ନାମେ ଯଜ୍ଞ କେ କରୁନାହାନ୍ତି,
କୋରୋନା ରାକ୍ଷସ ଏବେ କରୁଛି ରାଜୁତି |
କେତେ ମଲେ କିଏ ଦେଲେ ହିସାବ କରନ୍ତି,
ଏମାନେ କି ଭଣ୍ଡ ଥିଲେ? ଲୋକେ ପଚାରନ୍ତି |