STORYMIRROR

Ajit Kumar Raut

Abstract Classics

3  

Ajit Kumar Raut

Abstract Classics

ଦୟା ପ୍ରତିମୂର୍ତ୍ତି

ଦୟା ପ୍ରତିମୂର୍ତ୍ତି

2 mins
190


ତ୍ରେତା ଯୁଗ କଥା ବାଳି ସୁଗ୍ରୀବଙ୍କ

  ଅପୂର୍ବ ଯୁଦ୍ଧର କଥା

ବର୍ଣ୍ଣିବାର ଶଦ୍ଧ ନିଅଁଟ ହୁଅଇ

  ଭୟଙ୍କର ଯୁଦ୍ଧ କଥା।


ଗର୍ଜନ କରିଣ କରୁଥାନ୍ତି ଯୁଦ୍ଧ

  ଦୁହେଁ ବଳିଆର ଅତି

କମ୍ପି ଉଠେ ମହି ଭୟଙ୍କର ଯୁଦ୍ଧେ

  ବର୍ଣ୍ଣିବାର କାର ଶକ୍ତି।


ଗଛ ଉହାଡରେ ଦେଖୁଥାନ୍ତି ରାମ

  ଧନୁ ବାଣ ଧରି ହସ୍ତେ,

ମିତ୍ରର ଶତ୍ରୁକୁ କିପରି ମାରିବେ

  ସର ଯଖି ଥାନ୍ତି ହସ୍ତେ।


ମହାବଳି ବାଳି ଶକ୍ତିରେ ଭୂଷଣ

  ତିନି ପୁର ବୀରବର

କାଖେ ଚାପି ବୀର ରାବଣ ଦାନବେ

  ସମୁଦ୍ରେ ତର୍ପଣ ତାର।


ସୁଗ୍ରୀବ ଉପରେ ମାଡ଼ି ବସି ବୀର

  ଗର୍ଜନ କରେ ଅପାର

ନ ରହିବ ପ୍ରାଣ ସୁଗ୍ରୀବ ତହର

  ଯିବୁ ଆଜି ଯମପୂର।


ଦେଖୁଥିଲେ ରାମ ବାଳି ପରାକ୍ରମ

  ଛାଡ଼ି ଦେଲେ ସର ତାକୁ

ଗର୍ଜନ କରିଣ ପଡ଼ିଲା ଭୂମିରେ

  ନିକଟେ ଦେଖେ ରାମଙ୍କୁ।


ହାତ ଯୋଡ଼ି କୁହେ ଶୀରମଚନ୍ଦ୍ରଙ୍କୁ

  କିମ୍ପା ମାରିଲ ହେ ମତେ

ଅପରାଧ କିଛି କରି ନାହିଁ ତୁମେ

  ଛପିଣ ମାରିଲ ମତେ।


ଭାଇ ସ୍ତ୍ରୀ କୁ ତୁହି ହରଣ କରିଛୁ

  ମହାପାପୀ ଅଟୁ ତୁହି

ସେହୁ ଅପରାଧୁ ପାଇଲୁ ଏ ଦଣ୍ଡ

  ଅଜ୍ଞାନୀ ହୋଇଲୁ ତୁହି।


ପ୍ରଭୁ ବାକ୍ୟ ଶୁଣି ହାତ ଯୋଡ଼ି ଦେଲା

   ନିରାକର ପ୍ରଭୁ ପଦେ

ତବ ସରେ ମୃତ୍ୟୁ ହୋଇବ ନିଶ୍ଚୟ

   ଦିଅ ସ୍ଥାନ ପ୍ରଭୁ ପଦେ।


ଦୟାର ସାଗର ପ୍ରଭୁ ସୀତା କାନ୍ତ

  ବାଳିକୁ କହିଲେ ଧିରେ

ମାଗି ନିଅ ବର ମନ ଇଚ୍ଛା ତୋର

  କରିବି ପୂରଣ ତରେ।


ସଂଶୟ ନ କରି ମାଗ ମନବାଞ୍ଛା

  ମନେ ଅଛି ଯାହା ତୋର

ପୂରଣ ଅବଶ୍ୟ କରିବିଟି ମୁହିଁ

  ମନବାଞ୍ଛା ଯାହା ତୋର।


ବୀର ବାଳି କୁହେ ଭକ୍ତିଚିତ ହୋଇ

  ଦିଅ ପ୍ରଭୁ ଦୁଇ ବର

ଯେଉଁ ହସ୍ତେ ପ୍ରଭୁ ଧରି ଧନୁ ବାଣ

  ଦଣ୍ଡ ଦେଇ ଅଛୁ ମୋର।


ସେହୁ ହସ୍ତ ନହୁଁ ତହର ହେ ପ୍ରଭୁ

  ଏହୁ ମତେ ଦିଅ ବର

ଯେଉଁ ଗଛୁ ପ୍ରଭୁ ଛପିଣ ମାରିଲୁ

  ପିତା ହେଉ ତା ଶରୀର।


ଅସ୍ତୁ ବଲି କହି ଦେଲେଟି ବଚନ

  ବ୍ରହ୍ମାଣ୍ଡ ଠାକୁର ସେହୁ

ମନବାଞ୍ଛା ତୋର ପୂରଣ ହୋଇବ

  ଦେଲେଟି ବଚନ ଏହୁ।


ଏ ଯୁଗରେ ବର ପୂରଣ ନ ହେବ

  ଦ୍ବାପର ଯୁଗେ ପୂରଣ

ନ ରହିବ ହସ୍ତ ନଥିବଟି ଗଡ଼

  ହେବ ତୋର ଇଚ୍ଛା ପୁର୍ଣ୍ଣ।


ଶୀଘ୍ର ମୃତ୍ୟୁ ଦିଅ ଯନ୍ତ୍ରଣା ଅପାର

  ଛୁଇଁ ଦିଅ ପ୍ରଭୁ ମତେ

ଅତି ହିଁ ଯନ୍ତ୍ରଣା ହେଉ ଅଛି ଏବେ

  ସ୍ଥାନ ଦିଅ ପଦେ ମତେ।


ପବିତ୍ର ଧନୁକୁ ବଢାଇ ଦେଲେ ସେ

  ଯନ୍ତ୍ରଣା ଶରୀରୁ ଗଲା

ଦୀପ ଲିଭି ଗଲା ଚିରଦିନ ପାଇଁ

  ଭୂମିରେ ଲୋଟି ପଡ଼ିଲା।


ଆତ୍ମା ମିଶିଗଲା ପ୍ରମାତ୍ମାରେ ଯାଇ

  ଅତି ଭାଗ୍ୟବାନ ସେହୁ

ପତ୍ନୀଙ୍କ ରୋଦନ ରାବ୍ ଉଠେ ଜରେ୍

  ଶୋକାକୁଳ ହେଲେ ସେହୁ।


ମହାଲିମ୍ବ କୁହେ ପ୍ରଭୁ କୃପାସିନ୍ଧୁ

  ମୋହରତ ମୂଲ୍ୟ ନାହିଁ

ବାଳି ଅଭିଶାପୁ ମୁକ୍ତି ଦିଅ ପ୍ରଭୁ

  କରହେ କରୁଣା ତହିଁ।


କୁଣ୍ଢେଇ ଧରିଲେ ପବିତ୍ର ଗଛକୁ

  ହେବୁ ମୋର ପ୍ରତିମୂର୍ତ୍ତି

ପୂଜା ତୁ ପାଇବୁ ଜଗନ୍ନାଥ ନାମେ

  ପୂଜିବେ ଶ୍ରୀକ୍ଷେତ୍ରେ ମୂର୍ତ୍ତି। 

   

ଲିମ୍ବ ଗଛୁ ତୋର ହେବ କଳେବର

 ଜଗନ୍ନାଥ ପ୍ରତିମୂର୍ତ୍ତି

ଜଗତର ନାଥ ପ୍ରଭୁ ଜଗନ୍ନାଥ

 ଲିମ୍ବ ଗଛେ ମୋର ମୂର୍ତ୍ତି।


ସେହୁ କୃଷ୍ଣ ରାମ ସେହୁ ଜଗନ୍ନାଥ

 ସୃଷ୍ଟିର ନିର୍ମାତା ସେହୁ

ଜଗନ୍ନାଥ ଭକ୍ତି ଅନୁକ୍ଷ୍ୟଣ ହୃଦେ

 ଜୀବନେ ଚନ୍ଦନ ସେହୁ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract