STORYMIRROR

Sumitra mishra

Romance

3  

Sumitra mishra

Romance

ଦୂରଜହ୍ନ

ଦୂରଜହ୍ନ

1 min
151


  ତୁ ଦୂର ଆକାଶର ଜହ୍ନଟିଏ

  ଆଉ ମୁଁ ପକ୍ଷହୀନ ବିହଙ୍ଗମ

 ପାଇବାକୁ ନିତି ସ୍ଵପ୍ନ ଦେଖେ ସିନା

  ପାଏନାହିଁ ହାତ ମୁଁ ଅକ୍ଷମ ।


  ମୁଁ ରଙ୍ଗହୀନ ଭସା ବାଦଲଟେ

     ତୁ ସାତରଙ୍ଗୀ ଇନ୍ଦ୍ରଧନୁ

 ରଙ୍ଗେ ରଙ୍ଗିବାକୁ ଇଚ୍ଛା ହୁଏ ସିନା

   କ୍ଷଣଭଙ୍ଗୁର ମୋର ତନୁ ।


   ତୁ କଳାମେଘ ଆକାଶ ବୁକୁର

    ମୁଁ ଯେ ନୃତ୍ୟରତ ମୟୂର

ତତେଦେଖି ଖାଲି ଖୁସି ହୋଇପାରେ

    ପାଇବାକୁ ନାହିଁ ପୟର ।


   ତୁ ପ୍ରେମରାଗ ମନ କାନନର

   ମୁଁ ଯେ ଚାତକିନୀ ତୁମର

  ଚାହିଁଛି ଚାହିଁବି ଅନ୍ତଃ ହେବାଯାଏ

    ଆତ୍ମା ଥିବାଯାଏ ଶରୀର ।


       ‌‌ 


Rate this content
Log in

Similar oriya poem from Romance