STORYMIRROR

Krishna Mishra

Tragedy Classics

3  

Krishna Mishra

Tragedy Classics

ଦୂର୍ଗା! ତୁମେ ଆସନା

ଦୂର୍ଗା! ତୁମେ ଆସନା

1 min
286

   ଦୂର୍ଗା! ତୁମେ ଆସନା....

   ଏମାନେ ଶକ୍ତିର ଉପାସକ ...

     

ଦୂର୍ଗାଙ୍କର ପୂଜା ହୁଏ ଏଇ ଧରାରେ.....

  ଅନେକ ଦେବା ଦେବୀଙ୍କୁ ଭୋଗ        

  ଲାଗେ ଏଠି,

  ହେଲେ, ନାରୀ ଲୁହ ବହିଯାଏ 

        ଅଦୃଶ୍ୟ ଭାବରେ .....

   

ଚନ୍ଦନ, କୁଙ୍କୁମ ତ ନୁହେଁ!

 ଦେବୀଙ୍କ ଶୃଙ୍ଗାର ହୁଏ, ରକ୍ତ ରଞ୍ଜିତ ହସ୍ତରେ। 

   

ଦିବାଲୋକେ, ରାଜରାସ୍ତାପୋରେ 

   ନାରୀ ଇଜ୍ଜତର ହୋଲି ଖେଳ,

   ବଂଶର କାରଣ ଦର୍ଶାଇ 

 କନ୍ୟା ଭ୍ରୁଣ ହତ୍ୟା ହୁଏ ଗର୍ଭରେ .....

         

      ହେ ଦୂର୍ଗା!

   ତୁମରି ବାସ ଯେ ଗର୍ଭରେ!

   ତେବେ, ପୂଜା ଉପବାସ ନାମରେ

       ଏ ଅନ୍ୟାୟ?

    ମନ୍ତ୍ର, ତନ୍ତ୍ର କରିବାର ଛଳନା?

   ତୁମେ ଆସନା ମା' ଏ ଧରଣୀକୁ! 

    ଏ ଧରଣୀ ଚିରସ୍ଥାୟୀ, 

        କାଳ ବେଳାରେ .....


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy