STORYMIRROR

Santanu Bisoi

Abstract

3  

Santanu Bisoi

Abstract

ଦୁଷ୍ଟାମୀ।

ଦୁଷ୍ଟାମୀ।

1 min
196

ମତେ ଭଲ ଲାଗେ ଗାଁ ଦାଣ୍ଡ ଧୂଳି

ପୋଖରୀ ତୁଠର ଖସଡ଼ା ଶିଉଳି

ମତେ ଭଲ ଲାଗେ ଗୋଗୋଷ୍ଠ ଗୋଧୂଳି

ନାଚେ କୁଦେ ବୁଲେ ହୋଇ ଧୂଳି ମଳି


ଶଗଡ଼ ତାଣ୍ଡିଆ, ବୋହୁ ଚୋରି ଖେଳ

କବାଡି, ପାଙ୍ଗିଡି ସାଙ୍ଗସାଥି ମେଳ

ପାର୍ବଣରେ କେତେ ଆନନ୍ଦ କଲ୍ଲୋଳ

ବୁଲୁ ସାଙ୍ଗସାଥି ହୋଇ ଦଳ ଦଳ


ମନେ ପଡେ ଯେବେ ପାଠ ପଢା କଥା

ଡିବି ଆଲୁଅର ଲୁଚକାଳି ଗାଥା

ପବନରେ କେବେ ଲିଭେ କେବେ ଜଳେ

ପାଠ ଚୋର କରି ମୋତେ ଗଢି ତୋଳେ


ଓଳି ତଳ ପାଣି ଆଡ଼ି ବନ୍ଧ କରି

ହେଉଥିଲୁ ଆମେ କନିଷ୍ଠ ଯନ୍ତିରି

ହୋଇ ଓତପ୍ରେତ ଭାବନା ଜଡିତ 

ଲାଗୁଥିଲା କେତେ କାଗଜର ପୋତ


ମାଡ ଖାଇ ପଛେ ପିଠି ଥାଉ ଫାଟି

କାଟିନି କାଟିନି ରଡି ଛାଡେ ପାଟି

ସାଙ୍ଗସାଥି ମେଳେ କେତେ ବାଡ଼ାପିଟା,

ଅଳ୍ପକ୍ଷଣେ ଚାଲେ ସ୍ମୃତିକୁ ସାଉଁଟା


ପଚ ପଚ କାଦ ଚବ ଚବ ପାଣି

ପଡିଉଠି କେତେ ଦେଖେଇଛୁ ଠାଣି

ପଥହୁଡ଼ି କେବେ ତୋଟା ମାଳେ ମାଳେ

ଧାଉଁ ଆଶାରଖି ଆମ୍ବ ନାରିକେଳେ


କେତେ ସତସଙ୍ଗୀ, ଭାଗବତ ଟୁଙ୍ଗି

କରତାଳି ମାରୁ କରି ଅଙ୍ଗଭଙ୍ଗୀ

ଭକତି ପଛକେ ନଥିଲେ ନଥାଉ

ଭାଗବତ ଶୁଣି ପାଳିଧରି ଗାଉ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract