ଦୁର୍ଗତିନାଶିନୀ
ଦୁର୍ଗତିନାଶିନୀ
ଦୁର୍ଗତିନାଶିନୀ ଦୁଷ୍ଟ ବିନାଶିନୀ ଦର୍ପଦଳିନୀ ମା ଦୁର୍ଗା
ମହିଷା ମର୍ଦିନୀ ଖର୍ପର ଧାରିଣୀ
ଭୟରେ ରାକ୍ଷସ ରଙ୍ଗା l
ଗିରିରାଜ ସୂତା ମେନକା ଦୁହିତା
ଶୁମ୍ଭ ନିଶୁମ୍ଭ ହାରିଣୀ
କାହିଁ ଅଷ୍ଟ ଭୁଜା କାହିଁ ଦଶଭୁଜା
ଜୟ ସଙ୍କଟ ତାରିଣୀ l
ଲକ୍ଷ୍ମୀ ସରସ୍ବତୀ ଗଣେଶ କାର୍ତ୍ତିକ
ସମସ୍ତଙ୍କୁ ଧରି ବିଜେ
ଧରଣୀରାଣୀ ତ ହସି ଉଠୁଅଛି
ଢୋଲ ମର୍ଦଳ ର ବାଦ୍ୟେ l
ଶଙ୍ଖ ହୁଳହୁଳି ଘଣ୍ଟ ଘଣ୍ଟି ନାଦେ
ବ୍ରାହ୍ମଣ ମଙ୍ଗଳାଷ୍ଟକେ
ହୋମ ଅଗ୍ନି ଧୁମ୍ର ନିର୍ଗତ ହୁଅଇ
ପାପ ଶକ୍ତି ଦୂରୀଭୁତେ l
ସରତ ଋତୁରେ ସାରଦିୟ ପୂଜା
କାଶତଣ୍ଡୀ ସମାହlରେ
ମାତା ବିଜେ କରେ ପୃଥିବୀ ପୃଷ୍ଠରେ
ଆନନ୍ଦ ଖେଳେ ଧରାରେ l
ବ୍ରହ୍ମା ବିଷ୍ଣୁ ମହେଶ୍ୱର ତିନିଦେବ
ମହିଷା କୁ ନଜିଣିଲେ
ସର୍ବ ଅସ୍ତ୍ର ଶସ୍ତ୍ରେ ବିଭୁ୍ଷିତା କରି
ମାତାଙ୍କୁ ମର୍ତ୍ୟେ ପେଶିଲେ l
ମାତା ରୁଷ୍ଟ ହେଲେ କି କରି ପାରନ୍ତି
ସଂସାର କୁ ବୁଝାଇଲେ
ତଥାପି ମାନବ ନବୁଝଇ କିଛି
ଜଂଜାଳ ଜାଲେ ପଡିଲେ l
ଜୟ ମାହେଶ୍ୱରୀ ଘେନମୋ ଦୟିନୀ
ଗୋଟିଏ ମହିଷା ପାଇଁ
ମର୍ତ୍ୟେ ଆସି କେତେ କଷ୍ଟ ସହିଥିଲ
ଭୁଲିତ ହୁଅଇ ନାହିଁ l
ଏବେ କୋଟିକୋଟି ମହିଷା ର ଜନ୍ମ
ମହିଷାସୁର କି ମାୟା
ଘେନ ହେ ପ୍ରଣାମ ମାତା ମାହେଶ୍ୱରୀ
ବିନାଶେ ବିସ୍ତାର କାୟା l
