ଦୁର୍ଗମ ଭୂଲୋକ
ଦୁର୍ଗମ ଭୂଲୋକ
ଦିନଥିଲା ଅନ୍ତରୀକ୍ଷ ଭୂଲୋକ ,ଗୋଲକ
ଅତିବ ରହସ୍ୟ ମୟ ଜଟିଳ ଗଣିତ
କେଉଁଠାରେ ସୂର୍ଯ୍ୟ,ଚନ୍ଦ୍ର, ଗ୍ରହ କି ନକ୍ଷତ୍ର
ଅଗମ୍ୟ ଦୁର୍ଗମ ସିନ୍ଧୁ, ପହାଡ, ପର୍ବତ
ସାତ ଦରିଆ ଅଗାଧ ଜଳ ସରିସୃପ
ନଭୋ ମଣ୍ଡଳେ ବିରାଜେ ଗ୍ରହ ଓ ନକ୍ଷତ୍ର
ଅତଳ,ବିତଳ,ତଳ ଏ ଯେତେ ସର୍ବତ୍ର
ମାନସ ପଟରେ ଥିଲା କେତେଯେ ବିସ୍ମୟ
ଆଈ ମା' କାହାଣୀ ରୁ ବି ରହସ୍ୟ ମୟ
ପକ୍ଷୀରାଜ ଘୋଡା କଳ୍ପିତ ଅଚିନ୍ତ୍ୟ ମୟ
ମାନସ ପଟରେ ଥିଲା କେତେ ଯେ ବିସ୍ମୟ
ଏଇ ଚାରୁ ଚିତ୍ରମୟୀ ବ୍ରହ୍ମାଣ୍ଡ ଆମର
ଆଜିର ମଣିଷ ଚତୁର ଓ ବୁଦ୍ଧିବନ୍ତ
ନାହିଁ ଆଉ କିଛି ହେଲେ ତା’ର ଅପହଞ୍ଚ
କୋଣେ ଅନୁକୋଣେ ଗମିଲାଣି ବୈଜ୍ଞାନିକ
ଭୂମି,ଭୂମା, ତଳ, ପାତାଳ ତା କରାଗତ
ଜହ୍ନ,ମଙ୍ଗଳ ଗ୍ରହରେ କରିଲାଣି ଘର
ମାପି ପାରିଅଛି ଗଭୀରତା ସମୁଦ୍ରର
ଉଡଇ ବିଜୟ ଧ୍ଵଜା ମଣିଷ ଜାତିର
ଅବଶେଷେ ଖୋଜୁଥିଲା ମଣିଷ
କେଉଁଠି ଈଶ୍ଵର
ତଥାପି ଏବେ କେତେ ବିବର୍ତ୍ତନ ଦେଖ
ମଣିଷ ହେଉଛି କାଳ ହାତେ ପରାହତ
ବଦଳି ଗଲାଣି ଏବେ ଜୀବନ ସଙ୍ଗୀତ
ଅସହାୟ ମଣିଷ ଏବେ ଈଶ୍ଵର ଆଶ୍ରିତ
କାହିଁ ଅଛ ହେ ବିସ୍ମୟ ଅଦୃଶ୍ୟ ଈଶ୍ୱର
କ୍ଷମାକର ଅଧମ ମାନବ ସକଳ
ତୋ ସୃଷ୍ଟି କୁ ତୁ ରକ୍ଷାକର
