STORYMIRROR

subrat kumar jena

Tragedy

2  

subrat kumar jena

Tragedy

ଦୁର୍ଘଟଣା

ଦୁର୍ଘଟଣା

1 min
138


କିଏ ଜାଣିଥିଲା ଏ କଥା !

ଭୋକର ଭୁଗଳ ଖୋଜୁଥିବା,

ନଗ୍ନ ଚିତ୍ରର ନଗଡା ବାସୀଙ୍କ ଲାଗି,

ଖାଲି ନଗଡା କାହିଁକି,

ବରଂ କୁହ ସାରା ଓଡିଶା ସାରା ଭାରତ ନୁହଁ ,

ସମଗ୍ର ପୃଥିବୀ ଏ ଅଲୋଡ଼ା ନିଆଁର ଝାସରେ ।


ପରିସ୍ଥିତି ବଡ଼ ସାଙ୍ଘାତିକ,

ଅଣଆୟତ୍ତର ଶୀର୍ଷ ସୀମାରେ ଉପନୀତ,

ଖୋଜୁଛି ତାର ନୂଆ ଠିକଣା,

କେବେ ଧୂମ୍ର କୁଣ୍ଡଳୀରେ ବନ୍ଦୀ ହେଉଛନ୍ତି,

କିଛି ଉଦୟମାନ ଅଭିନେତା,

ଆଉ ପାଷାଣି ସାଜି ଧଳା ମହୁ ପିଆଏ ନାରୀ ନାମ୍ନୀ ପିଆଦା ।


ଏ ଖେଳ କୋଉ ଶେଷ ହେଉଛି ଯେ !

ଗୋଟେ ପରେ ଆଉ ଗୋଟେର ପୁନରାବୃତ୍ତି,

ଇତିହାସ ବାରମ୍ବାର ଦେଖାଉଛି ଆଇନା,

କିନ୍ତୁ କିଏ ବୁଝିଲତ ହେଲା,

ନହେଲେ ବାରମ୍ବାର ଏମିତି ଘଟୁଥିବ,

ଗୁଡାଏ ସାହିନ ବାଗର ଦ୍ୱାହି ଦେଇ,

ରାଜରାସ୍ତାକୁ ନିଜର ବାପାର ରାସ୍ତାକରିବାକୁ ଚେଷ୍ଟାରେ,

ତେଣିକି ସାଧାରଣଟିଏ ହଇରାଣ ହେଲେ ତାଙ୍କର କେତେ,

କାହାର ବୃତ୍ତି ପେଶା ଗଲେ ତାଙ୍କର କଣ?

ତାଙ୍କୁ ତ ମାଗଣା ବିରିୟାନି ଆଉ ଗାନ୍ଧୀ ମୁଣ୍ଡର ନୋଟ ମିଳୁଛିନା ।


ଏଇତ ବିଡମ୍ବନା ର ବିଷୟ !

ଆମେ ସବୁ ଜାଣିବି ଆଜି ସୁପ୍ତ ନିଦ୍ରାରେ,

ମୁଁ ଜାଣେ ଏ ନିଦ୍ରାରେ କେବେ ଭଙ୍ଗ ପଡିବନି,

କିଏ କାହିଁକି ନିଜକୁ ଆଗକୁ ଆଣି ଦୋଷୀ ହେବ,

ବରଂ କିଛି କିଛି ଦିନର ବ୍ୟବଧାନରେ ସହିନେବା ଏମିତି କେତେକୁ,

ତେଣିକି ସେ ଧର୍ମାନ୍ତିକରଣ ହେଉ,ଅବା ଜୋର କରି ନିଜର କରିବା,

କୋଉଠି ଅର୍ଥର ବାହୁବଳରେ କୋଉଠି ଗୋଷ୍ଟି ସଂଘର୍ଷ କରି।


କେତେ ସହିବେ ଆଉ ତୀର୍ଥାଙ୍କର!

ସହିବାର ସୀମାର ସେ ପାଖେ ବସିଛି ଶତ୍ରୁ,

ଆଜି ସେ ଦେଶରେ ଅରାଜକତା ଲାଗି,

ଦେଶ ବାହାରେ ଦେଶିଆଙ୍କୁ ସାଙ୍ଗରେ ଧରି,

ସ୍ୱାଧୀନତାକୁ ନିଲାମ କରିବାକୁ ସଦା ତତ୍ପର,

କେବେ ଚୀନ କେବେ ପାକିସ୍ତାନର କୁଚକ୍ରିର ବେଶ ଧରି,

ଆମକୁ କିନ୍ତୁ ଦରକାର ରୟାଲ ଷ୍ଟାଗ ଆଉ ମଟନ ,ଚିକେନ୍ ର ଝୋଳ,

ଆଉ ଯଦି କିଛି ନାଲି ମୁଣ୍ଡ ନୋଟ ମିଳିଲା,

ଆମେ କେବେ ପଛାଇବୁନି ବିକିବାକୁ ଆମ ମାଆକୁ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy