The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Sushma Manjari Dash

Abstract

3  

Sushma Manjari Dash

Abstract

ଦୁର୍ଘଟଣା

ଦୁର୍ଘଟଣା

1 min
195


ଜୀବନ ନଈଟି ଅଟେ ଅଙ୍କା ବଙ୍କା ଦୁଃଖ ସୁଖ ତା'ର ସାଥୀ

ସହିବାକୁ ପଡ଼େ କେତେ ଝଡ଼ ଝଞ୍ଜା ଦିନ ହେଉ ଅବା ରାତି ।

ତାହାରି ନିକଟେ ବନ୍ଧା ପଡ଼ିଥଏ ମଣିଷର ମନ ପ୍ରାଣ 

କପାଳ ଲିଖନ ହୁଏ ନାହିଁ ଆନ ହୁଏନା କେବେ ଖଣ୍ଡନ ।

ଘଟେ ନିତ୍ୟ ଏଠି କେତେ ଦୁର୍ଘଟଣା ଯାଉଛି ଜୀବନ କେତେ

ବରଷା ବତାସି ମେଘ ଓ ବିଜୁଳି ଯାନବାହାନ ଆଘାତେ ।

ଜୀବନ ପଥର ପ୍ରତିଟିିିିି ପାଦରେ ଘଟିଥାଏ ଦୁର୍ଘଟଣା

ସତର୍କତା ସାଥେଚାଲିଲେ ସେପଥେ ହେବାନାହିଁ ବାଟବଣା 

ଗାଡି ଚଳାଇଲେ ଆନମନା ହୋଇ ଆସଇ ବିପଦ ମାଡ଼ି

ଟ୍ରାଫିକ ନିୟମକୁୁ ଉଲଙ୍ଘନ କଲେ ହୋଇଯାଏ ଗଡବଡି ।

ଜଗି ରହି ଯଦି ସଭିଏଁ ଚଳିବା ଘଟିବନି ଦୁର୍ଘଟଣା    

ତେଣୁ କରି ଭାଇ ବେଳୁ ବନ୍ଧ ବାନ୍ଧି ରହିବା ସତର୍କ ସର୍ବୈ 

ଏ ବିପଦୁ ଆମେ ନିଜକୁ ବଞ୍ଚାଇ ବଞ୍ଚାଇବା ସର୍ବଜନେ ।



Rate this content
Log in

More oriya poem from Sushma Manjari Dash

Similar oriya poem from Abstract