ଦୁର୍ଘଟଣା କରେ କ୍ଷତି
ଦୁର୍ଘଟଣା କରେ କ୍ଷତି
ଦୁର୍ଘଟଣା ଆମ ଜୀବନରେ ଘଟି,
ମନକୁ ଆଘାତ ଦିଏ ।
ବେଳେବେଳେ ପୁଣି ଅସମୟରେ ହିଁ,
ଜୀବନଟା ନେଇଯାଏ ।।
ଦୁର୍ଘଟଣା ପ୍ରତି ରହିଲେ ସତର୍କ,
ପାଇଯିବା ଆମେ ରକ୍ଷା ।
ହାତେ ମାପି ତେଣୁ ଚାଲିବା ଚାଖଣ୍ଡେ,
ନେଇ ସତର୍କତା ଦୀକ୍ଷା ।।
ଆମରି ଚେଷ୍ଟାରେ ଟଳେ ଦୁର୍ଘଟଣା,
ଆମେ ସୁରକ୍ଷିତ ରହୁ ।
ଦୁର୍ଘଟଣାଠାରୁ ବଞ୍ଚିଯାଉ ଆମେ,
ଜୀବନଟା ଯାଉଯାଉ ।।
ଦୁର୍ଘଟଣା ଅଛି ପ୍ରତି ମୂହୁର୍ତ୍ତରେ,
ଏ କଥାକୁ ମନେରଖ ।
ସେହି ମୂହୁର୍ତ୍ତକୁ କରିବାକୁ ସାମ୍ନା,
ଅବଶ୍ୟ କୌଶଳ ଶିଖ ।।
ଦୁର୍ଘଟଣା ଦେଖେନାହିଁ ଛୋଟ,ବଡ,
ନ ଦେଖଇ ଧର୍ମ ଜାତି ।
ମନର ଖୁସିଟା ମାରିଦେଇଥାଏ,
ଦୁର୍ଘଟଣା କରେ କ୍ଷତି ।।