ଦୁର୍ଗା ବନ୍ଦନା
ଦୁର୍ଗା ବନ୍ଦନା


ଜୟ ଜୟ ମାଲୋ ଦୁର୍ଗା ଆଦି ଶକ୍ତି
ନମୋ ନମଃ ଦୁର୍ଗା ମାତ ତୁ ଦୁର୍ଗତି ।
ଦୁରାଇ ଭକତେ ତୃପ୍ତି ଦାନ କରୁ
ଅନନ୍ତ ବିଭୂତି ମିଳେ ତୋ ଦୟାରୁ ।
ଜୟ ଜୟ ମାଲୋ ଚଣ୍ଡିକା ଗଉରୀ
ମଙ୍ଗଳ କାରିଣୀ ଅମ୍ବିକା ଇଶ୍ୱରୀ ।
ସାରଳା, ବିମଳା , ମା ଲୋ ଶ।କମ୍ବରି
ତୁହି ସିଦ୍ଧି ଦ।ତ୍ରୀ , ତୁହି ଲୋ କୁମାରୀ ।
ତୁ ଲୋ କାଳ ରାତ୍ରୀ କଳିକା ବୋଲାଉ
ଦନୁଜ ଦଳିନି ରଣ ଚଣ୍ଡୀ ହେଉ ।
ଅଭୟ ଦାୟିନୀ ସନ୍ତ।ପ ହାରିଣୀ
କଲ୍ୟାଣ କାରିଣୀ ତ୍ରିଶୂଳ ଧାରିଣୀ ।
ତୁ ଲୋ ଆଦ୍ୟା ଶକ୍ତି ଶକ୍ତି ସ୍ୱରୁପିଣି
ମା ଲୋ କାତ୍ୟାୟନୀ ଲୋ ବର ଦାୟିନୀ ।
ତୁହି ମାହେଶ୍ୱରୀ ମହେଶ ମୋହିନୀ
ଦଶ ହାତେ ଦଶ ଆୟୁଧ ଧାରିଣୀ ।
ନମୋ ନମୋ ମାଲୋ ଶାର୍ଦ୍ଧୁଳ ବାହିନୀ
ମହିଶା ମର୍ଦ୍ଦିନୀ ଦରପ ଦଳିଣୀ ।
ତୁହି ଲୋ ଜନନୀ ଚଣ୍ଡ ବିନ।ଶୁଣୀ
ଜୟ ଜୟ ମାଲୋ ଶିବଙ୍କ ଘରଣୀ ।
ଚଣ୍ଡିକା , କ।ଳିକା ତୁ ଲୋ ମହା ମାୟା
ନମସ୍ତେ ନମସ୍ତେ ମାତ ତୁ ସୁଦୟା ।
କରୁ କୃପାମୟି , ତୁ ଲୋ ଦୟାମୟି
ଖର୍ପର ଧାରିଣୀ ଲୋ କରୁଣା ମୟି ।