ଦୁନିଆଁ ନିଆଁ
ଦୁନିଆଁ ନିଆଁ
ଏନ୍ତୁଡ଼ିଶାଳର ନିଆଁରୁ ଆରମ୍ଭ
ସରିଲେ ଜଳଇ ଜୁଇର ନିଆଁ
ସେଥିଲାଗି ବୋଧେ ଦୁଇଟି ନିଆଁର
ମଝିଟାକୁ କହିଥାନ୍ତି ଦୁନିଆଁ
ହେଲେ ଏ ମଝିରେ ଆମରି ଭିତରେ
ଜଳି ଚାଲିଥାଏ ଅନେକ ନିଆଁ
ସେ ନିଆଁରେ କେବେ ନିଜେ ଜଳେ ନର
ଆନ ହୃଦେ କେବେ ଲଗାଏ ନିଆଁ
କେତେବେଳେ ପ୍ରେମ ନିଆଁ ଜଳେ ଏଠି
ଆଉ କେତେବେଳେ କାମନା ନିଆଁ
ବେଳେବେଳେ ଏଇ ଅନ୍ତରଟା ଜଳେ
ଲାଗିଗଲେ ସେଠି କ୍ରୋଧର ନିଆଁ
ଏତେ ରକମର ନିଆଁ ଜଳେ ଏଠି
କିଏ ସେ କହୁଛି ଏଟା ଦୁନିଆଁ
ମୁଁ ଭାବୁଛି ୟାକୁ ଭଲ ହେଇଥାନ୍ତା
ଯଦି ଲୋକ ଖାଲି କୁହନ୍ତେ 'ନିଆଁ'
