STORYMIRROR

Banabihari Mishra

Abstract

2  

Banabihari Mishra

Abstract

ଦୁନିଆଁ ନିଆଁ

ଦୁନିଆଁ ନିଆଁ

1 min
228

ଏନ୍ତୁଡ଼ିଶାଳର ନିଆଁରୁ ଆରମ୍ଭ

ସରିଲେ ଜଳଇ ଜୁଇର ନିଆଁ

ସେଥିଲାଗି ବୋଧେ ଦୁଇଟି ନିଆଁର 

ମଝିଟାକୁ କହିଥାନ୍ତି ଦୁନିଆଁ


ହେଲେ ଏ ମଝିରେ ଆମରି ଭିତରେ

ଜଳି ଚାଲିଥାଏ ଅନେକ ନିଆଁ

ସେ ନିଆଁରେ କେବେ ନିଜେ ଜଳେ ନର

ଆନ ହୃଦେ କେବେ ଲଗାଏ ନିଆଁ


କେତେବେଳେ ପ୍ରେମ ନିଆଁ ଜଳେ ଏଠି

ଆଉ କେତେବେଳେ କାମନା ନିଆଁ

ବେଳେବେଳେ ଏଇ ଅନ୍ତରଟା ଜଳେ

ଲାଗିଗଲେ ସେଠି କ୍ରୋଧର ନିଆଁ


ଏତେ ରକମର ନିଆଁ ଜଳେ ଏଠି

କିଏ ସେ କହୁଛି ଏଟା ଦୁନିଆଁ

ମୁଁ ଭାବୁଛି ୟାକୁ ଭଲ ହେଇଥାନ୍ତା

ଯଦି ଲୋକ ଖାଲି କୁହନ୍ତେ 'ନିଆଁ'



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract