STORYMIRROR

Disambar Meher

Abstract

2  

Disambar Meher

Abstract

ଦୁଖିର୍ ଦୁଖ୍

ଦୁଖିର୍ ଦୁଖ୍

1 min
89

 ଭୋକେ ଜଲୁଛେ ପେଟ୍ ରେ ବୁଆ

               ଦୁଖେ ବୁହୁଛେ ଆଖିର୍ ଲୁହୁ 

ଦୁଖର୍ କଥା ଆରୁ କାଏଁଟା କହେମି

           ନାଇଁ ଦେଖି ପାରବାର଼ କାଏଁ ମୋର୍ ମୁହୁଁ

ଦିହିନେ ନାଇଁ ନା ଅଂଘା ପଟା

             ଜାଡେ ଜାଉଛେ ଦେହେ ଥୁର୍ ଥୁରି 

କେତେ ସହେମି ଆର୍ ମାହାପୁରୁ 

           ନାଇଁ ପାରୁଛେ ଆର୍ ଦମ୍ ଧରି

ପାଏନ୍ ଢୁକେ ଢୁକେ ପିଇକରି 

           ମନ୍ କେ ଆର୍ କେତେ ବୁଝାମି 

ସୋସ୍ ସିନା ମିଟିଯିବା ପାଏନ୍ ନେ

          ଭୋକ୍ କେ ଆର୍ କେନ୍ତା ମିଟାମି

କଁଟା ,ଝୁଟା ଖୁପି ପାଦେ

            ବୁହି ଯାଉଛେ ରକତର୍ ଧାର୍

ଚପଲ‌୍ ଭି ଖଣେ ନାଇଁନ କର୍ମେ

            ଦୁଃଖ଼ ତ ମୋର୍ ହଜାର୍ 

ବୁଆ ଥିଲେ ବୁଆକେ କହେତି 

       ମାଆ ଥିଲେ ଜାନ୍ତା ମୋର୍ ଦୁଖ୍

କରମ୍ ଖଣିଆଁ ହତ୍ ଭଗା ମୁଇଁ

     ନାଇଁ ପେଇ ପାରୁଛେ ସେନେହ ସୁଖ୍

      



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract